28.3 C
Bhubaneswar
Tuesday, May 20, 2025
Homeଦେଶ ବିଦେଶଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମ ଗୋପାଳ ବର୍ମାଙ୍କ ବିବାଦୀୟ ବୟାନ୍

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମ ଗୋପାଳ ବର୍ମାଙ୍କ ବିବାଦୀୟ ବୟାନ୍

ନୁଆଦିଲ୍ଲୀ: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପୁଣି ଏକ ବିବାଦୀୟ ବୟାନ୍ ଦେଇ ଫସିଯାଇଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ବୟାନ୍ ଦେଇଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ଥାନାରେ ଏବେ ଏତଲା ଦାୟର କରାଯାଇଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବୁଧବାର ରାମ ଗୋପାଳ ବର୍ମା ଏକ ଟ୍ୱିଟ କରିଥିଲେ। ଯାହାକୁ ନେଇ ବିବାଦ ଦେଖା ଦେଖାଦେଇଛି।

ହାଇଦ୍ରାବାଦ ପୋଲିସ କହିଛି, ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଖୁବଶୀଘ୍ର ଏକ ଅପରାଧିକ ମାମଲା ରୁଜୁ କରାଯିବ । ରାମ ଗୋପାଳ ବର୍ମା ଗତ ୨୨ ତାରିଖରେ ଏକ ଟ୍ୱିଟ କରି କହିଥିଲେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ? ଏବଂ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ? ତାଙ୍କର ଏପରି ଟ୍ୱିଟ୍ ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି। ତେବେ ବିବାଦ ବଢ଼ିବା ପରେ ବର୍ମା ତାଙ୍କ ସଫେଇରେ କହିଛନ୍ତି ଯେ ମହାଭାରତରେ ଦ୍ରୌପଦୀ ଚରିତ୍ରକୁ ମୁଁ ଅଧିକ ପସନ୍ଦ କରେ। ଏହି ଟ୍ୱିଟ କୌଣସି ଖରାପ ଉଦ୍ଦେଶ୍ୟରେ ସେ କରିନଥିଲେ ବୋଲି କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ସେ କୌଣସି ଓଡିଆଙ୍କୁ ଅପମାନିତ କରିଛନ୍ତି। ପୂର୍ବରୁ ମଧ୍ୟ ଓଡିଶାକୁ ଜାଣି ନଥିବା କଥା କହି ବିବାଦ ଘେରକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking