ମୁମ୍ବାଇ : ଆଜି ସକାଳେ ହାଇଦ୍ରାବାଦସ୍ଥିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ବାହାରେ ରାକୁଲ ପ୍ରୀତ ସିଂଙ୍କୁ ଦେଖିବାକୁ ମିଳିଥିଲା। ଡ୍ରଗ୍ସ ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ରାକୁଲ ପ୍ରୀତ ସିଂଙ୍କୁ ଡକାଯାଇଥିଲା। ରାକୁଲଙ୍କୁ ପୂର୍ବରୁ ସେପ୍ଟେମ୍ବର 6 ରେ ଇଡିରେ ହାଜର ହେବାକୁ କୁହାଯାଇଥିଲା। ତେବେ ରାକୁଲ ତାଙ୍କ ପଚରାଉଚରା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, ଏହା ପରେ ଇଡି ତାଙ୍କୁ ସେପ୍ଟେମ୍ବର 3 ରେ ହାଜର ହେବାକୁ କହିଥିଲେ। ଇଡି ରାକୁଲ ପ୍ରୀତ ସିଂ, ଅଭିନେତା ରାଣା ଡଗଗୁବତୀ, ରବି ତେଜା, ନବଦୀପଙ୍କ ସମେତ ଟଲିଉଡର 12 ସେଲିବ୍ରେଟଙ୍କୁ ଡକାଇଛନ୍ତି । କହିରଖୁଛୁ , ଏହି ମାମଲା ଚାରି ବର୍ଷ ପୁରୁଣା, ଯାହା ଏକ ଡ୍ରଗ୍ ମାମଲା ଏବଂ ଡ୍ରଗ୍ କାରବାର ତଥା ବ୍ୟବହାରରେ ମନି ଲଣ୍ଡରିଂ ମାମଲାରେ ସମସ୍ତ ସେଲିବ୍ରିଟିଙ୍କୁ ଡକାଯାଇଛି । ଏହାପୂର୍ବରୁ, ଅଭିନେତ୍ରୀ ଚାର୍ମି କୌରଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ପଚରାଉଚରା କରିଥିଲେ ଏବଂ 2015 ରୁ 2017 ମଧ୍ୟରେ ତାଙ୍କ ଆକାଉଣ୍ଟରେ ଆର୍ଥିକ କାରବାର ସମ୍ପର୍କରେ ଅଭିଯୋଗ ହୋଇଥିଲା। ସେହି ସମୟରେ ଅଭିନେତ୍ରୀଙ୍କୁ ବଶିରବାଗସ୍ଥିତ ଇଡି କାର୍ଯ୍ୟାଳୟରେ ଆଠ ଘଣ୍ଟା ପଚରାଉଚରା କରାଯାଇଥିଲା।