31.1 C
Bhubaneswar
Tuesday, June 25, 2024
Homeମନୋରଞ୍ଜନଅସୁବିଧା ସମୟରେ ସାହାଯ୍ୟ କରିଥିବାରୁ ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାକ୍ଷୀ

ଅସୁବିଧା ସମୟରେ ସାହାଯ୍ୟ କରିଥିବାରୁ ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାକ୍ଷୀ

ନୂଆଦିଲ୍ଲୀ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ତାଙ୍କ ବିବାହକୁ ନେଇ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି। ଆଦିଲଙ୍କ ସହ ବିବାହ କରିବା ରାକ୍ଷୀଙ୍କ ପାଇଁ ସହଜ ନଥିଲା। ଗୋଟିଏ ପଟେ ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତା ଥିବା ବେଳେ ଅନ୍ୟପକ୍ଷରେ ରାକ୍ଷୀଙ୍କ ମା’ଙ୍କ ଅସୁସ୍ଥତା ଡ୍ରାମା କୁଇନଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।

ରାକ୍ଷୀଙ୍କ ଅସୁବିଧା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କର୍କଟ ପରେ ତାଙ୍କ ମା’ଙ୍କର ବ୍ରେନ ଟ୍ୟୁମର ହୋଇଥିବା ହେତୁ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ମିଳିଛି। ନିକଟରେ ରାକ୍ଷୀ ତାଙ୍କ ମା’ଙ୍କ ଅସୁସ୍ଥତା ବିଷୟରେ ପ୍ରକାଶ କରି କହିଛନ୍ତି, ‘  ମୁକେଶ ଅମ୍ବାନୀ ତାଙ୍କ ମା’ଙ୍କ ଚିକିତ୍ସାରେ  ବହୁ ସାହାଯ୍ୟ କରୁଛନ୍ତି।’

ମା’ଙ୍କ ଅସୁସ୍ଥତା ବିଷୟରେ କହି ରାକ୍ଷୀ କହିଛନ୍ତି, ‘ମୋ ମା ଏବେ କାହାକୁ ଚିହ୍ନି ପାରୁ ନାହାନ୍ତି। ତାଙ୍କ ଶରୀରର ଅଧାରୁ ଅଧିକ ଅଙ୍ଗ ପକ୍ଷାଘାତ ହୋଇଛି। ଏଭଳି ଅବସ୍ଥାରେ ମୋତେ ଅମ୍ବାନୀ  ସାର ସାହାଯ୍ୟ କରିଥିବାରୁ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି। ମା’ଙ୍କ ଚିକିତ୍ସାରେ ଅମ୍ବାନୀ ସାର ବହୁ ସାହାଯ୍ୟ କରୁଛନ୍ତି। ହସ୍ପିଟାଲରେ ଯେତିକି ଖର୍ଚ୍ଚ ହେବାକଥା ସେ ତାହାକୁ କମ କରାଇ ଦେଉଛନ୍ତି। ମା’ଙ୍କୁ ଦୁଇ ମାସ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାକ୍ଷୀଙ୍କ ଏହି ଭିଡିଓ ଦେଖିବା ପରେ ସମସ୍ତେ ତାଙ୍କ ମା’ଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking