25.1 C
Bhubaneswar
Friday, November 22, 2024
Homeଓଡିଶାବସୁମତୀ ସ୍ନାନ ବା ରଜ ପର୍ବ ପାଳନ ପଛରେ କଣ ରହିଛି କାରଣ

ବସୁମତୀ ସ୍ନାନ ବା ରଜ ପର୍ବ ପାଳନ ପଛରେ କଣ ରହିଛି କାରଣ

ଭୁବନେଶ୍ୱର: ରଜ ହେଉଛି ଓଡିଶାର ଏକ ମୁଖ୍ୟ ପର୍ବ । ଏହି ରଜ ଶବ୍ଦଟି ଓଡିଶାକୁ ଅତି ଉତ୍ସବ ମୁଖର କରିଥାଏ । ଯାହାକୁ ଆମେ ଧରିତ୍ରୀ ମାର ଋତୁ ସ୍ରାବ ପର୍ବ ବୋଲି ପାଳନ କରିଥାଉ । ଏହି ପର୍ବକୁ ଓଡିଶାର ସମସ୍ତ ଝିଅମାନେ ଆନନ୍ଦର ସହ ଅପେକ୍ଷା କରି ରହିଥାନ୍ତି । ସଂସ୍କୃତି ବିଶେଷଜ୍ଞମାନଙ୍କ ମତରେ ରଜ ଏକ ସାଂସ୍କୃତିକ ପର୍ବ । ଯେଉଁଥିରେ ପ୍ରତ୍ୟେକ ଝିଅ ଏହି ଋତୁସ୍ରାବର ବିଧିକୁ ଗ୍ରହଣ କରିଥାଏ । ଯାହା ଗୋଟିଏ ଝିଅକୁ ମା ହେବାର ଅଭିବୃଦ୍ଧି କରାଇଥାଏ । ସାଧାରଣ ଆମ ସମାଜରେ ଏହି ମାସିକ ଋତୁସ୍ରାବ ପ୍ରକ୍ରିୟାକୁ ଏକ ଲଜ୍ଜା ଆକାରରେ ଦେଖାଯାଇଥାଏ । ତେଣି ଏହି ସମୟରେ ସମାଜରେ ଥିବା ଅନ୍ଧବିଶ୍ୱାସ ଓ ପ୍ରତିବନ୍ଧକ ଯୋଗୁଁ ଝିଅଙ୍କ ସମେତ ମହିଳାମାନେ ବି ସମସ୍ୟାର ସମ୍ମୁଖୀନ ହୋଇତାନ୍ତି । ଏହି କାରଣରୁ ରଜରେ ଝିଅମାନେ ପ୍ରତିବନ୍ଧକରେ ଥାଆନ୍ତି । ସେମାନଙ୍କୁ କୌଣସି କାମ କରିବାକୁ ଦିଆଯାଇନଥାଏ । ମାସିକ ଋତୁସ୍ରାବ ନାରୀ ଜୀବନର ଏକ ଭିତ୍ତିପ୍ରସ୍ତର ସମୟ ହୋଇଥାଏ । ଏକ ଜୀବନ ବିଜ୍ଞାନର ଧାରା ଯାହାକି ଗୋଟିଏ ନାରୀର ସାଧାରଣ ପ୍ରକ୍ରିୟା ।

ଏହା ୯ରୁ ୧୫ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୋଇ ୪୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ନାରୀର ଏହି ଜୈବିକ ଧାରାକୁ ଅନ୍ଧବିଶ୍ୱାସର ଏକ କଟକଣା ଦେଇ ଗତି କରିବାକୁ ପଡିଥାଏ । ପ୍ରତ୍ୟେକ ମାସରେ ଜଣେ ନାରୀକୁ ଏହି ସମସ୍ୟା ତଥା ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ । ମାସିକ ଋତୁସ୍ରାବ ସମୟରେ ଝିଅମାନଙ୍କୁ ଅଛୁଆଁ ରୂପରେ ଦେଖାଯାଏ । ସେମାନେ ବହୁ ପ୍ରତିବନ୍ଧକ ମଧ୍ୟରେ ଗତି କରିଥାନ୍ତି । ଏପରିକି ଝିଅମାନଙ୍କର ସ୍କୁଲ ଯିବା ମଧ୍ୟ ବନ୍ଦ ହୋଇଯାଇଥାଏ । ଅନ୍ଧବିଶ୍ୱାସ ଜନିତ ପରମ୍ପରାରେ ମାସିକ ଋତୁସ୍ରାନଜନିତ ପରିଷ୍କାର ପରିଚ୍ଛନ୍ନତାକୁ ପରିଚାଳନା କରିବାରେ ଅନେକ ଅସୁବିଧା ହୋଇଥାଏ । ଯାହା ନାରୀ ସ୍ୱାସ୍ଥ୍ୟରେ ଅନେକ ପ୍ରଭାବ ପକାଏ ।
ସେହିପରି ରଜରେ ମଧ୍ୟ ମା ବସୁଧା ରଜସ୍ୱାଳା ହୋଇଥାନ୍ତି । ସେଥିପାଇଁ ଶେଷ ଦିନ ଶିଳପୁଆକୁ ମାଙ୍କ ସ୍ୱରୂପ ଧୋଇ ହଳଦି ଲଗାଇ ଧୂପ ଦୀପ ଦେଇ ପୂଜା କରିବା ସହିତ ଭୋଗ ପ୍ରସାଦ ମଧ୍ୟ ଦିଆଯାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking