29.1 C
Bhubaneswar
Friday, April 26, 2024
Homeଅପରାଧପତ୍ନୀକୁ ହତ୍ୟା କରି ଅଭିଯୁକ୍ତ କରିଲେ ଏପରି କିଛି କାମ , ଜାଣିଲେ ଆଶ୍ଚର୍ଯ୍ୟ ହେବେ!

ପତ୍ନୀକୁ ହତ୍ୟା କରି ଅଭିଯୁକ୍ତ କରିଲେ ଏପରି କିଛି କାମ , ଜାଣିଲେ ଆଶ୍ଚର୍ଯ୍ୟ ହେବେ!

ଉତ୍ତରପ୍ରଦେଶ : ପ୍ରଥମ ପତ୍ନୀକୁ ହତ୍ୟା ଓ ପରେ ଦ୍ୱିତୀୟ ବିବାହ । ୫ ବର୍ଷ ଯାଏଁ ଚକ୍‌ମା ଦେବା ଅଭିଯୁକ୍ତ ହେଲେ ଗିରଫ । ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର କୌଁଟ ଥାନା ଅନ୍ତର୍ଗତ ଆବାସ କଲୋନୀର କୁଡ଼ାଘାଟରେ ରହୁଥିବା ସିଦ୍ଦିକ ଅଲ୍ଲୀ ଆର୍ମୀରୁ ଭିଆରଏସ ନେଇ ସାରିଥିଲେ । ତାଙ୍କ ପତ୍ନୀଙ୍କର ୫ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଥିଲା । ସେ ନିଜ ପତ୍ନୀକୁୁ ନିଜେ କବର୍ ଦେଇଦେଇଥିଲେ । ଅନ୍ୟପଟେ ସିଆରପିଏଫ କମାଣ୍ଡୋରେ କାର୍ଯ୍ୟ କରୁଥିଲେ ତାଙ୍କ ପୁଅ ତାଲିବ ଅଲ୍ଲୀକୁ ମଧ୍ୟ ସେ ମା’ର ମୃତ୍ୟୁ ଖବର ଦେଇନଥିଲେ । ଯେତେବେଳେ ପୁଅ ଛୁଟିରେ ଘରକୁ ଆସିଥିଲା ସେତେବେଳେ ସେ ମା’କୁ ନ ପାଇ ପଚାରିବାରୁ ମା’ର ମୃତ୍ୟୁ ଖବର ପାଇଥିଲା ।ଏହି ସମୟରେ ବାପାର ଅନ୍ୟ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ପୁଅ ମନରେ ସନ୍ଦେହ ଆସିଥିଲା ଯେ , ତା ବାପା ହେଉଛନ୍ତି ମା’ର ହତ୍ୟାକାରୀ ।
ସିଓ ସୁମିତ କୁମାରଙ୍କ କହିବା ଅନୁଯାୟୀ , ମୃତ୍ ମହିଳାଙ୍କ ପୁଅ ଏ ବିଷୟରେ କୈଁଟ ପୁଲିସ୍ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଲିସ୍ ତାଲିବର ଅଭିଯୋଗକୁ ଆଧାର କରି ତାଙ୍କ ବାପା ସିଦ୍ଦିକ ଅଲ୍ଲୀ ଉପରେ ଆଇପିସି ଧାରା ୩୦୨ , ୩୨୮ ଓ ୫୦୬ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । କବର ଭିତରୁ ମୃତ ମହିଳାଙ୍କ ହାଡ଼ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।
ଏହି ସବୁ ଭିତରେ ସିଦ୍ଦିକ ଫେରାର ହୋଇଯାଇଥିଲା । ତାକୁ ଖୋଜିବା ପାଇଁ କୌଁଟ ପୁଲିସ୍ ପକ୍ଷରୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ପୁଲିସ ଠାରୁ ବଞ୍ଚିବା ପାଇଁ ସେ ବିଭିନ୍ନ ସ୍ଥାନରେ ନିଜ ପରିଚୟକୁ ଲୁଚାଇ ଚାକିରୀ କରୁଥିଲା । ଗତ ୧୧ ତାରିଖ ଦିନ ଅଭିଯୁକ୍ତ ସିଦ୍ଦିକକୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତର କହିବା ଅନୁଯାୟୀ , ଘରେ ମୋର ରହିବା ବିପଦଜନକ ଥିଲା । ମତେ ମୋ ପୁଅ ଓ ଝିଅ ମାରି ଦେବାକୁ ଚାହୁଁଥିଲେ । ମତେ ଛୁରୀ ଓ ବାଡ଼ିରେ ବହୁତ ଥର ଆକ୍ରମଣ କରିଛନ୍ତି । ଏବିଷୟରେ ମୁଁ କୌଁଟ ଥାନାରେ ଅଭିଯୋଗ କରିଥିଲି । କିନ୍ତୁ ପରେ କେସରେ ମୋ ପୁଅ ଠାରୁ ମୁଁ ହାରି ଯାଇଥିଲି । ମୁଁ ମୋ ପ୍ରଥମ ପତ୍ନୀକୁ ହତ୍ୟା କରିନାହିଁ । ମୋ ଉପରେ ମିଥ୍ୟା ଆରୋପ ଲଗାଯାଉଛି । ପତ୍ନୀର ଅନ୍ତିମ ସଂସ୍କାର ସମୟରେ ପ୍ରାୟ ୫୦ ଜଣ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ମୋ ପୁଅ ଏବଂ ଝିଅ ମଧ୍ୟ ଉପସ୍ଥିତ ଥିଲେ । ଏବେ ମହିଳାଜଣଙ୍କ କେମିତି ମୃତ୍ୟୁବରଣ କରିଥିଲେ ତାହା କୋର୍ଟରେ ହିଁ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking