33.1 C
Bhubaneswar
Monday, June 24, 2024
Homeଓଡିଶାଆସୁଛନ୍ତି ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବ

ଆସୁଛନ୍ତି ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବ

ଭୁବନେଶ୍ୱର : ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦିଲ୍ଲୀରୁ ବାହାରିବା ନେଇ ଟ୍ୱିଟ୍ କରି ଦେଲେ ସୂଚନା । ବିଜେପି ବିଧାୟକ ଦଳ ବୈଠକରେ ହେବେ ସାମିଲ । ସୂଚନା ଯୋଗ୍ୟ ଯେ, କେନ୍ଦ୍ରୀୟ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଆସନ୍ତା ୧୨ ତାରିଖରେ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ରହିଛି। ସେଥିପାଇଁ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ତେବେ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ଆଜି ଅପରାହ୍ନ ସାଢ଼େ ୪ଟା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସୁଛି ବିଜେପିର ବିଧାୟକ ଦଳ ବୈଠକ । ଏଥିପାଇଁ ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବ ଆସୁଛନ୍ତି । ରାଜନାଥ ଓ ଭୂପେନ୍ଦ୍ର ନବନିର୍ବାଚିତ ୭୮ ବିଧାୟକଙ୍କ ସହ ଦୁଇ ପର୍ଯ୍ୟବେକ୍ଷକ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking