25.8 C
Bhubaneswar
Saturday, July 27, 2024
Homeଓଡିଶାବ୍ରହ୍ମପୁରରେ ରାଜନାଥ ସିଂ

ବ୍ରହ୍ମପୁରରେ ରାଜନାଥ ସିଂ

ବହ୍ମପୁର : ବହ୍ମପୁରରେ ପହଞ୍ଚିଛନ୍ତି । ବ୍ରହ୍ମପୁରସ୍ଥ ଆମ୍ବପୁଆ ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯେ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ।ସେ କହିଛନ୍ତି ଯେ ବ୍ରହ୍ମପୁରରେ କର୍ମୀଙ୍କ ଜୋଶକୁ ଦେଖିଲେ ଜଣାପଡ଼ୁଛି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି । ଆଜି ସାରା ଦୁନିଆ ଭାରତକୁ ସମ୍ମାନ ଦୃଷ୍ଟିରେ ଦେଖୁଛି । ୨୦୧୪ ଓ ୨୦୧୯ ଠାରୁ ଅଧିକ ଉତ୍ସାହ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏଥର ୪୦୦ରୁ ଅଧିକ ସିଟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ରାଜନାଥ ସିଂ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ପୁଲୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ । ଆମେ କେବଳ ସୀମା ଏପଟେ ନୁହେଁ, ସୀମା ସେପଟେ ବି ଜବାବ ଦେବୁ । ୯ ବର୍ଷରେ ୧୧ ସ୍ଥାନରୁ ୫ସ୍ଥାନକୁ ଅର୍ଥନୀତିକୁ ନେଇପାରିଛୁ । ଆଗାମୀ ୩ ବର୍ଷରେ ଆମେ ତୃତୀୟ ବଡ଼ ଅର୍ଥନୀତି ହେବୁ । ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡ଼ିଶାର ବିକାଶ ପାଇଁ କେବଳ ମୋଦୀ ହିଁ ଚିନ୍ତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking