ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସଚିନ ପାଅଲଟ । ବାଚସ୍ପତିଙ୍କ ନୋଟିସକୁ ଚାଲେଂଜ କରି ସଚିନ ହାଇକୋର୍ଟ ଯାଇଥିବା ସୂଚନା ମିଳିଛି । ଆଜି ଦିନ ୩ଟାରେ ଜରୁରୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ସୂଚନା ରହିଛି । ତେବେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବାଚସ୍ପତି । କାହିଁକି ସଭ୍ୟପଦ ରଦ୍ଦ କରାନଯିବ ସେ ନୋଟିସ କରାଯାଇଛି । ସୂଚନାଯୋଗ୍ୟ ଯେ, ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିବାରୁ ନୋଟିସ ହୋଇଛି ।