ରାଜସ୍ଥାନ: ବେକାରୀ , ଜିଏସଟି ଆଦି ପ୍ରସଙ୍ଗ ଉପରେ ଗତ ୫ ତାରିଖରେ କଂଗ୍ରେସ ତାର ବିକ୍ଷୋପ ପ୍ରଦର୍ଶନ କରୁଥିବା ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦେଶରେ ହତ୍ୟା ବୃଦ୍ଧିକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ବର୍ତ୍ତମାନ ଦେଶର ସ୍ଥିିତି ଆଦୌ ଭଲ ନାହିଁ । ଯେଉଁଭଳି ଭାବରେ ଦେଶରେ ଏବେ ହତ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ତାହା ବାସ୍ତବରେ ଚିନ୍ତାର ବିଷୟବସ୍ତୁ । ବର୍ତ୍ତମାନ ସାରା ଦେଶରେ ଏହା ଏକ ବଡ ବିପତ୍ତି ଭାବରେ ଉଭା ହୋଇଛି । ଗେହଲଟ କହିଛନ୍ତି ଅଭିଯୁକ୍ତଙ୍କୁ ଫାଶୀ ଦେବା ଆଇନ ଲାଗୁ ହେବା ପରେ ମହିଳାଙ୍କୁ ବଳତ୍କାର ପରେ ହତ୍ୟା ର ମାମଲା ବୃଦ୍ଧି ପାଇବାରେ ଲାଗିଛି ।