25.1 C
Bhubaneswar
Friday, November 22, 2024
Homeଓଡିଶାକରୋନା ପାଇଁ ଫିକା ଫିକା ରଜ

କରୋନା ପାଇଁ ଫିକା ଫିକା ରଜ

ଭୁବନେଶ୍ୱର : ଆଜି ହେଉଛି ରଜର ଦ୍ୱିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି । କରୋନାର ୨ୟ ଲହର ଚାଲିଥବା ଯୋଗୁଁ ଏଥର ଫିକା ପଡିଛି ଗଣପର୍ବ ରଜ । ପ୍ରତିବର୍ଷ ଗାଁ ଠୁ ସହର ସବୁଠି ଦେଖିବାକୁ ମିଳିଥାଏ ଖୁସିର ଲହର । ରଜ ଝିଅମାନଙ୍କର ଏକ ବଡପର୍ବ ହୋଇଥିଲେ ବି କରୋନା ମହାମାରୀ ଭୟ ଯୋଗୁଁ କେହି ଏକାଠି ହୋଇପାରୁନାହାନ୍ତି । ତେବେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ନାଗପୁର ଗ୍ରାମରେ ନିଜ ଘର ବାହାରେ ଲାଗିଥିବା ଦୋଳିରେ ପରିବାର ଲୋକ ଏବଂ ଅଳ୍ପ କେତେକ ସାଙ୍ଗ ମାନଙ୍କ ଗହଣରେ ରଜ ପାଳନ କରୁଛନ୍ତି ।

ତାସହ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ଲଗାଇ ଖେଳୁଛନ୍ତି । ସେଥିପାଇଁ ଝିଅ ମାନଙ୍କ ମନ ଦୁଃଖରେ ଭାଙ୍ଗି ପଡିଛି । ହେଲେ ପିଠାପଣା ,ପାନଭଙ୍ଗା ଓ ରଜଦୋଳିର ପରମ୍ପରାକୁ ବଜାଇ ରଖିବାକୁ ଚେଷ୍ଟା କରିଛନ୍ତି ଓଡିଆ ଘରର ଝିଅମାନେ । ରଜ ଗୀତ ଗାଇ ନିଜ ଗାଁରେ ଦୋଳି ଖେଳି ମନ ବୁଝାଉଛନ୍ତି । ଘର ଘର ବୁଲି ପିଠା ଖାଇବା ଏବଂ ଗାଁ ରୁ ଗାଁ ସାଙ୍ଗ ହୋଇ ବୁଲିବା ସବୁ ବନ୍ଦ ହୋଇଯାଇଛି ।ତେବେ କରୋନା ମହାମାରୀ କାରଣରୁ ଫିକା ପଡିଛି ଏହି ଗଣପର୍ବ ରଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking