40.1 C
Bhubaneswar
Wednesday, April 24, 2024
Homeଓଡିଶାରଜରେ ସମସ୍ତଙ୍କ ପସନ୍ଦ 'ରଜ ପାନ'

ରଜରେ ସମସ୍ତଙ୍କ ପସନ୍ଦ ‘ରଜ ପାନ’

ଭୁବନେଶ୍ୱର : ରାଜ୍ୟର ଗଣ ପର୍ବ ରଜ । ଏହି ପର୍ବ ଆସିଲେ ସମସ୍ତଙ୍କର ପାନ ଖଣ୍ଡେ ଖାଇବାକୁ ଇଚ୍ଛା ହୁଏ । ସମଗ୍ର ରାଜ୍ୟରେ ଏହି ଦିନରେ ପାନର ଚାହିଦା ବେଶ ରହିଥାଏ । ଚଳିତବର୍ଷ କିନ୍ତୁ ବଜାର ଖାଁ ଖାଁ, ସମସ୍ତେ ନିରାଶ । କାରଣ ଏହି ମଉଜ ଉତ୍ସବର ଦିନରେ ବାଧାସାଜିଛି କୋରୋନା ମହାମାରୀ । ଲକଡାଉନ ସାଙ୍ଗକୁ ଏହାର କଟକଣା ଯୋଗୁଁ ଘରେ ବାନ୍ଧି ହୋଇ ରହିଛନ୍ତି ସମସ୍ତେ ।

ଏହି ଦିନରେ ପାନର ଚାହିଦା ବେଶ ଅଧିକ । ମିଠା ପତ୍ର ପାନ ଠାରୁ ଆରମ୍ଭ କରି ଫାୟାର ପାନ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପାନ ମିଳିଥାଏ  । ଚଳିତବର୍ଷ କିନ୍ତୁ ସବୁ ଖାଁ ଖାଁ । ପ୍ରତିବର୍ଷ ଭଳି ଦୋକାନ ସଜେଇ ହୋଇନି କି ଭଳିକି ଭଳି ମସଲାରେ ଦୋକାନ ପୁରିନି । ଅନେକ ଦୋକାନ ମଧ୍ୟ ବନ୍ଦ ରହିଛି। ତା ଭିତରେ କେହି କେହି ପାନ ଭାଙ୍ଗିବାକୁ ଲାଗିଛନ୍ତି । ସେହି ରଙ୍ଗ ବେରଙ୍ଗର ସୁଆଦିଆ ମସଲା ଦେଉଛନ୍ତି କିନ୍ତୁ ମନରେ ନାହିଁ ଖୁସି କି ଉତ୍ସାହ ।

ତେବେ ରଜ ଚାରି ଦିନ ପାନ ବିକି ଗୁଜୁରାଣ ମେଣ୍ଟାଉଥିବା ଦୋକାନୀ ମାନେ ଏବେ ହାତ ବାନ୍ଧି ବସିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରୋନା ମହାମାରୀ ଭୟ ରଜ ପାନ ବଜାରକୁ ନିରାଶ କରିଛି । ତଥାପି ଲୋକମାନେ ରଜ ପାନ ଖଣ୍ଡେ ପାଇଁ ସାରୁଅ ବଜାରକୁ ଧାଇଁ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking