ମୁମ୍ବାଇ: ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ମହାରାଷ୍ଟ୍ରରେ ଦଙ୍ଗା ଚାହୁଁନାହୁଁ। ନମାଜ ପଢ଼ିବାକୁ ଆମେ କେହି ଆପତ୍ତି କରୁନାହୁଁ । କିନ୍ତୁ ଯଦି ଆପଣ (ମୁସଲମାନ) ଏହାକୁ ଲାଉଡ୍ ସ୍ପିକରରେ ପଢ଼ନ୍ତି ତେବେ ଆମେ ମଧ୍ୟ ଲାଉଡ ସ୍ପିକର ବ୍ୟବହାର କରିବୁ । ମୁସଲମାନମାନେ ବୁଝିବା ଉଚିତ୍ ଯେ ଧର୍ମ ଆଇନଠାରୁ ବଡ ନୁହେଁ। ମେ ୩ ତାରିଖ ପରେ, ମୁଁ କଣ କରିବି ଦେଖିବି । ରାଜ ଠାକରେ ଜୁନ୍ରେ ଅଯୋଧ୍ୟା ଗସ୍ତ କରିବେ। ସେ ତାଙ୍କର ପରବର୍ତ୍ତୀ ସାଧାରଣ ସଭା ମେ ୧ ରେ ଔରଙ୍ଗାବାଦରେ କରିବେ। ସୂଚନାଯୋଗ୍ୟ ଯେ, ଲାଉଡ୍ ସ୍ପିକର୍ ଯୋଗେ ନମାଜ ପାଠ କରାଯାଉଥିବାରୁ ଏହାକୁ ଦୃଢ଼ ବିରୋଧ କରିଛନ୍ତି ରାଜ୍ ଠାକ୍ରେ । ସେ କହିଛନ୍ତି ଯେ, ଧର୍ମୀୟ ଭାବନା ସହ ଜଡ଼ିତ ତୁମର (ମୁୂସଲ୍ମାନ) ନମାଜକୁ ଯଦି ପଢ଼ିବାର ଅଛି ପଢ଼, ଏଥିପାଇଁ ଅନ୍ୟମାନଙ୍କ ଶାନ୍ତି ଭଙ୍ଗ କରନ୍ତି । ଯଦି ତୁମେମାନେ ଲାଉଡ୍ ସ୍ପିକର୍ରେ ନମାଜ ପଢ଼ିବ, ତେବେ ଆମେମାନେ ମଧ୍ୟ ହନୁମାନ ଚାଳିଶା ଲାଉଡ୍ ସ୍ପିକର୍ରେ ପଢ଼ିବୁ ।