25.1 C
Bhubaneswar
Sunday, January 26, 2025
Homeଦେଶ ବିଦେଶସାମ୍ନାକୁ ଆସିଲା ରୈସିଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ

ସାମ୍ନାକୁ ଆସିଲା ରୈସିଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ

ତେହରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରୈସିଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଜାରି କରାଯାଇଛି। ଇରାନ ସେନା ପକ୍ଷରୁ ଏହି ରିପୋର୍ଟ ଜାରି ହୋଇଥିବାବେଳେ, ପ୍ରାଥମିକ ତଦନ୍ତ ରିପୋର୍ଟରେ କୌଣସି ପ୍ରକାର ସନ୍ଦିଗ୍ଧ କାର୍ଯ୍ୟ ହୋଇ ନ ଥିବା କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ପୂର୍ବ ନିର୍ଦ୍ଧାରିତ ରୁଟ୍‌‌ରେ ହେଲିକପ୍ଟରଟି ଯାତ୍ରା କରିଥିଲା। ଯାତ୍ରା ସମୟରେ ହେଲିକପ୍ଟର ଏହାର ରୁଟ୍‌‌ରୁ ବାହାରକୁ ଯାଇ ନ ଥିଲା। ହେଲିକପ୍ଟରରେ ଥିବା କର୍ମଚାରୀ ଏବଂ ୱାଚଟାୱାର କର୍ମଚାରୀଙ୍କ ମଧ୍ୟରେ ବାର୍ତ୍ତାଳାପ। ଏହି କଥାବାର୍ତ୍ତାରେ କୌଣସି ପ୍ରକାର ସନ୍ଦିଗ୍ଧ ଆଲୋଚନା ହୋଇ ନ ଥିବା ସ୍ପଷ୍ଟ ହୋଇଛି। ଦୁର୍ଘଟଣାର ଦେଢ଼ ମିନିଟ ପୂର୍ବରୁ ପାଇଲଟ୍‌‌ ସେହିପରି ହେଲିକପ୍ଟରର ଭଗ୍ନାବଶେଷରୁ ବୁଲେଟ୍‌‌ ମିଳିନାହିଁ। ଦୁର୍ଘଟଣା ପୂର୍ବରୁ ପାଇଲଟ୍‌‌ ଅନ୍ୟ ଦୁଇଟି ହେଲିକପ୍ଟରର ପାଇଲଟ୍‌‌ଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ। ଏହି ୨ଟି ହେଲିକପ୍ଟର ରାଷ୍ଟ୍ରପତିଙ୍କ ଯାତ୍ରାରେ ସାମିଲ ହୋଇଥିଲା। ହେଲିକପ୍ଟରଟି ପାହାଡ଼ରେ ମାଡ଼ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ଉକ୍ତ ଅଞ୍ଚଳରେ କମ୍‌‌ ତାପମାତ୍ରା ଏବଂ କୁହୁଡ଼ି ଯୋଗୁ ହେଲିକପ୍ଟରଟି ପାହାଡ଼ରେ ପିଟି ହୋଇଯାଇଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking