26.8 C
Bhubaneswar
Saturday, April 26, 2025
Homeଦେଶ ବିଦେଶଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ

ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ। ପାହାଡ଼ ଉପରେ ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟଣା ବଢ଼ିବାରେ ଲାଗିଛି। ବର୍ତ୍ତମାନର ଖବର ମୁତାବକ, ଚମୋଲିରେ ରବିବାର ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଜାମ୍‌ ହୋଇଯାଇଛି। ବଦ୍ରିନାଥ ଜାତୀୟ ରାଜପଥର ପିପଲକୋଟି ନିକଟରେ ରାସ୍ତା ଉପରେ ମାଟି ଅତଡ଼ା ଗଦା ହୋଇଛି। ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଟିମ୍‌ ପହଞ୍ଚି ସଫେଇ କାର୍ଯ୍ୟରେ ଲାଗିଛନ୍ତି।

ସେପଟେ ଚମୋଲି ପୋଲିସ ଏହି ଘଟଣାରେ ଟ୍ଵିଟ୍‌ କରିଛି। ଏଥିରେ ଲେଖାଯାଇଛି, ବଦ୍ରିନାଥ ଜାତୀୟ ରାଜପଥର ଛିନ୍‌କା, ପିପଲକୋଟି ଏବଂ ମାରଓ୍ଵାଡି ବ୍ରିଜ୍‌ ନିକଟରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ବନ୍ଦ ହୋଇଛି। ବାକି ଭାଗରେ ରାସ୍ତା ଖୋଲାଯାଉଛି।

ରିପୋର୍ଟ ଅନୁସାରେ, ଏଥି ପୂର୍ବରୁ ଗୁରୁବାର ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଭୂସ୍ଖଳନ ହେତୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଭଟଓ୍ଵାଡିଠାରୁ ୫୦୦ ମିଟର ଆଗରେ ଗାଡ଼ିମୋଟର ଯିବାଆସିବା ପ୍ରଭାବିତ ହୋଇଥିଲା। ଗଙ୍ଗୋତ୍ରୀ ଧାମ ଯାତ୍ରାର ଶ୍ରଦ୍ଧାଳୁମାନେ ରାସ୍ତାରେ ଫସି ରହିଥିଲେ।

ଏହାବ୍ୟତୀତ ବର୍ଷା ଯୋଗୁ ଟିହରୀ ଗଢ଼ଓ୍ଵାଲ ଜିଲ୍ଲାରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଘରର କାନ୍ଥ ଭୁଶୁଡ଼ି ୨ ଶିଶୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ଧନୋଲ୍ଟି ତହସିଲର ମରୋଡ଼ା ଗାଁରେ ରାତିରେ ପ୍ରବଳ ବର୍ଷା ଯୋଗୁ ପ୍ରବୀଣ ଦାସଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ତଳେ ଚାପି ହୋଇ ୨ ଶିଶୁଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking