25.1 C
Bhubaneswar
Friday, February 23, 2024
Homeଖେଳ୫ ମିନିଟରେ ସ୍ଥିର ହୋଇ ଯାଇଥିଲା ରାଇନା ଓ ପ୍ରିୟଙ୍କାଙ୍କର ବିବାହ

୫ ମିନିଟରେ ସ୍ଥିର ହୋଇ ଯାଇଥିଲା ରାଇନା ଓ ପ୍ରିୟଙ୍କାଙ୍କର ବିବାହ

ମୁମ୍ବାଇ : ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ସୁରେଶ ରାଇନାଙ୍କ ପ୍ରେମ କାହାଣୀ ଥିଲା ନିଆରା । ରାଇନା ଓ ପ୍ରିୟଙ୍କାଙ୍କର କେମିତି ହୋଇଥିଲା ପ୍ରେମ ଓ ବିବାହ ଆସନ୍ତୁ ଜାଣିବା । ପ୍ରିୟଙ୍କା ଚୌଧୁରୀ ଥିଲେ ଜଣେ ବିଟେକ ଛାତ୍ରୀ । ତାଙ୍କ ବାପା ତେଜପାଲ ଚୌଧୁରୀଙ୍କ ନିକଟରୁ ରାଇନା ତାଙ୍କ କ୍ୟାରିୟର ଆରମ୍ଭରେ ପ୍ରଶିକ୍ଷଣ ନେଉଥିଲେ । ରାଇନା ଓ ପ୍ରିୟଙ୍କା ପଡୋଶୀ ଥିଲେ । ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା । ପିଲାବେଳୁ କଲେଜ ପର୍ଯ୍ୟନ୍ତ ସେମାନ ଭଲ ବନ୍ଧୁ ଭାବେ ଦିନ କାଟିଥିଲେ । ଏହା ପରେ ରାଇନା ଭାରତୀୟ ଦଳରେ ସୁଯୋଗ ପାଇଥିବା ବେଳେ ପ୍ରିୟଙ୍କା ନେଦରଲାଣ୍ଡ ବକ୍ସିଂ ସେଂଟରରେ ଆଇଟି ଜବ କରିବାକୁ ପଳାଇ ଯାଇଥିଲେ । ଦୁଇ ଭଲ ବନ୍ଧୁ ଅଲଗା ହୋଇ ଯାଇଥିଲେ । ୨୦୦୮ରେ ପୁଣି ଥରେ ଉଭୟଙ୍କ ମନ ଡାକିଥିଲେ । ପୂନର୍ବାର ଯୋଡି ହେବାର ମାଧ୍ୟମ ସାଜିଥିଲା ଫୋନ ।ଏହା ପରେ ପ୍ରେମ ଆଉ ଶେଷରେ ବାହାଘର ପର୍ଯ୍ୟନ୍ତ କଥା ପଂହଚି ଯାଇଥିଲା । ସେ ସମୟରେ ଆମେ ୫ ମିନିଟ ପାଇଁ ଦିଲ୍ଲୀ ବିମାନବନ୍ଦରରେ ଭେଟ ହୋଇଥିଲୁ । ସେହି ୫ ମିନିଟରେ ସବୁ କିଛି ସ୍ଥିର ହୋଇ ଯାଇଥିଲା । ରାଇନାଙ୍କ ମାଆ ପ୍ରିୟଙ୍କାଙ୍କ ପରିବାର ସହ କଥା ହୋଇଥିଲେ । ସେମାନେ ବି ଏହି ବାହାଘରରେ ରାଜି ହୋଇ ଯାଇଥିଲେ । ଏକ ଶୃଙ୍ଖଳିତ ପ୍ରେମ କାହାଣୀ ବାହାଘରରେ ଶେଷ ହୋଇଥିଲା । ଏବେ ସେମାନଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛି । ୧୫ ଅଗଷ୍ଟ ୨୦୨୦ରେ ରାଇନା କ୍ରିକେଟରୁ ଅବସର ଘୋଷଣା କରିଥିଲେ । ପ୍ରିୟଙ୍କା ଏବେ ମାଟେ ନାମକ ଚାଇଲ୍ଡ କେୟାର ବ୍ରାଣ୍ଡର କୋ ଫାଉଣ୍ଡର ଅଛନ୍ତି । ରାଇନା ତାଙ୍କ ରେଷ୍ଟୁରାଂଟ ଉପରେ ଧ୍ୟାନ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking