29.1 C
Bhubaneswar
Saturday, April 20, 2024
Homeଓଡିଶାକଳା ହାଣ୍ଡିଆ ମେଘ ଆସୁଛି କିନ୍ତୁ ସାମାନ୍ୟ ବର୍ଷା ହୋଇ ଛାଡି ଯାଉଛି, ଗଜା ମରୁଡି...

କଳା ହାଣ୍ଡିଆ ମେଘ ଆସୁଛି କିନ୍ତୁ ସାମାନ୍ୟ ବର୍ଷା ହୋଇ ଛାଡି ଯାଉଛି, ଗଜା ମରୁଡି ର ଆଶଙ୍କା 

ଯାଜପୁର : ଜିଲ୍ଲା ରେ 85 ଭାଗ ଚାଷ ଉପରେ ନିର୍ଭର କରନ୍ତି l ବର୍ଷା ଜଳ କୁ ନିର୍ଭର କରି ଚାଷ କରିଥାନ୍ତି l କରୋନା ମହାମାରୀ ଯୋଗୁ ସମସ୍ତେ ଆତଙ୍କିତ ପୁଣି ବର୍ଷା ର ଗତି ଦେଖି ଚାଷୀକୁଳ ହତାଶ ହୋଇପଡିଛନ୍ତି ଡ଼ାଳୁଅ ଧାନ ମଣ୍ଡି ରେ ପଡି ରହିଛି l ଧାନ ସରକାର କିଣୁ ନାହାଁନ୍ତି l ଚଷୀକୁଳ କୁ ଦହିବ ଭଗାରୀ ସାଜିଛି l ଅଷାଦ ଯାଇ ଶ୍ରାବଣ ହେଲା ଚାଷ ଉପଯୋଗୀ ବର୍ଷା ନାହିଁ l ଆକାଶ କଲା ହାଣ୍ଡିଆ କରି ବର୍ଷା ଆସୁଛି କିନ୍ତୁ ଫିରି ଫିରି ବର୍ଷା ହୋଇ ଛାଡି ଯାଉଛି l ଚାଷୀ ମାନେ ବିଲ ରେ ତଳl ପକାଇ ଥିଲେ ଏବେ ପାଣି ଅଭାବ ରୁ ଗଜା ମରୁଡି ହେବା ର ଆଶଙ୍କା କରାଯାଇଛି ଏହାର ଦୁଷ୍ଟାନ ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ ରେ ବର୍ଷାଭାବ ଯୋଗୁଁ ପଶ୍ଚିମ ବଡ଼ଚଣାରେ କୃଷି କାର୍ଯ୍ୟ ପଛୁଆ: ଚିନ୍ତାରେ ଚାଷୀ !

ପଶ୍ଚିମ ବଡ଼ଚଣାର ଭୂଷଣ୍ଡପୁର, ଦର୍ପଣ, ସିହା, କାଇମାଟିଆ, ଶାଳପଡ଼ା, ସମିଆଁ, ପାରିଆ, ବୈରୀ ଓ ଚଣ୍ଡିତଳ ଆଦି ପଞ୍ଚାୟତରେ ଖରିଫ୍ ଋତୁର ଧାନ ଚାଷ କାର୍ଯ୍ୟ ବର୍ଷାଭାବ ଯୋଗୁଁ ଢେର୍ ପଛରେ ପଡ଼ି ରହିଛି । ଏହି ସବୁ ପଞ୍ଚାୟତ ପାହାଡ଼ିଆ ଅଞ୍ଚଳ ଏବଂ ଜଳସେଚନର ସେମିତି କୌଣସି ସୁବିଧା ନାହିଁ । କେବଳ କିଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି । ମାତ୍ର ଜୁଲାଇ ମାସ ଅଧା ହେବାକୁ ବସିଥିବା ବେଳେ ଆବଶ୍ୟକ ବର୍ଷା ହୋଇ ନ ଥିବାରୁ ସେସବୁ ପ୍ରକଳ୍ପ ଗୁଡ଼ିକରେ ବି ପାଣି ହିଁ ନାହିଁ । ଠିକ୍ ସମୟରେ ବର୍ଷା ନ ହେବାରୁ ବହୁ ଜମିରେ ଧାନ ବୁଣା ଯାଇ ପାରି ନ ଥିଲା; କିନ୍ତୁ ଯେଉଁ କିଆରୀ ସବୁ ଧାନ ବୁଣା ଯାଇଥିଲା ଏବେ ତାହା ବେଉଷଣ କାମ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ବର୍ଷାଭାବ ଯୋଗୁଁ ତାହା ହୋଇ ପାରୁନାହିଁ । କ୍ଷେତ ସବୁ ଏବେ ଫାଟି ଆଁ ବି କଲାଣି । ଆଉ ଧାନ ବୁଣି ନ ପାରି ଯେଉଁ ଚାଷୀମାନେ ଧାନ ରୋଇବା ପାଇଁ ତଳି ପକାଇଥିଲେ, ବର୍ଷାଭାବ କାରଣରୁ ତଳି କିଆରୀ ସବୁ ମଧ୍ୟ ଫାଟି ଆଁ କଲାଣି ଏବଂ ତଳି ବି ମରି ଯିବାକୁ ବସିଲାଣି । କିଛି କିଆରୀରେ ତ ପ୍ରଥମ ଦଫାରେ ତଳି ମରି ଯିବାରୁ ଯେଉଁ ଚାଷୀମାନେ ନିଜ କ୍ଷେତକୁ ଉଠିଆ କରିବାକୁ ଯାଇ ପୁନର୍ବାର ତଳି ପାଇଁ ବିହନ ବୁଣିଥିଲେ ସେମାନଙ୍କ ତଳି କିଆରୀରେ ପାଣି ନ ଥିବା ଯୋଗୁଁ ସେ ଗଜା ବିହନକୁ କ୍ଷେତରୁ ପାରା ଚଢ଼େଇ ସବୁ ଦଳ ଦଳ ହୋଇ ପଶି ଖାଇ ଯାଉଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଚଳିତ ବର୍ଷ ଏହି ଅଞ୍ଚଳରେ କେମିତି ଯେ ଆଉ ଧାନ ଚାଷ କାର୍ଯ୍ୟ ହେବ ସେଥିନେଇ ଚାଷୀ ମାନେ ମୁଣ୍ଡରେ ଏବେ ଚିନ୍ତା ଘାରିଛି । ଯଦି ଆଉ ଗୋଟିଏ ସପ୍ତାହ ମଧ୍ୟରେ ଆବଶ୍ୟକ ବର୍ଷା ନ ହୁଏ ଏହି ଅଞ୍ଚଳରେ ଚଳିତ ବର୍ଷର ଖରିଫ୍ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯିବାର ଆଶଙ୍କା ପ୍ରକାଶ ପାଇଲାଣି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking