ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ମିଠା ଦୋକାନରେ ବିଏମସି ଚଢାଉ କରିଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ୩ଟି ଜୋନରେ ଚଢାଉ କରାଯାଇଛି । କଳ୍ପନାରୁ ରାଜମହଲ, ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏ ଚଢାଉ କରାଯାଇଛି । ଚଢାଉ କରି ମିଠାର ମାନ ଯାଂଚ କରୁଛନ୍ତି ବିଏମସି ଅଧିକାରୀ । ଆସନ୍ତକାଲି ଆଲୋକର ପର୍ବ ଦୀପାବଳୀ ଥିବାରୁ ଗ୍ରାହକଙ୍କ ମଧ୍ୟରେ ମିଠା କିଣିବାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।