31.1 C
Bhubaneswar
Thursday, July 4, 2024
Homeଓଡିଶାବେଆଇନ ମଦ ଭାଟିରେ ଚଢଉ: ୧୦୦ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ବେଆଇନ ମଦ ଭାଟିରେ ଚଢଉ: ୧୦୦ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ଯାଜପୁର: ଯାଜପୁର ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି  ।  ଦଶରଥପୁର ଥାନା ପଲ୍ଲାସାହି ରେ ନକଲି ବିଦେଶୀ ମଦ ତିଆରି ବେଳେ ଚଢାଉ କରାଯାଇଛି  । ଫଳରେ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି  । ଏବଂ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି  । ଗିରଫ ଅଭିଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଇନ୍ଦ୍ରଜିତ ବେହେରା ବୋଲି ଜଣାପଡିଛି  ।  ଇନ୍ଦ୍ରଜିତ ତାଙ୍କ ଘର ପଛ ବାଡିରେ ଖାଲି ବୋତଲ, ଠିପି ଓ ସିଲ ଆଣି ବିଭିନ୍ନ ପ୍ରକାରର ବିଦେଶୀ ମଦ ତିଆରି କରୁଥିଲେ  ।

କୌଣସି ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ଅବକାରୀ ବିଭାଗ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକାରୀ ପ୍ରଦୀପ କୁମାର ରଥଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଚଢାଉ କରାଯାଇଥିଲା  । ଫଳରେ ଘଟଣାସ୍ଥଳରୁ ମଦ ତିଆରି ସାମଗ୍ରୀ ସହ ଅଭିଯୁକ୍ତ  ଇନ୍ଦ୍ରଜିତକୁ ଙ୍ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking