30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶରାହୁଲଙ୍କୁ ୪ ଦିନରେ ୪୦ ଘଣ୍ଟା ଜେରା

ରାହୁଲଙ୍କୁ ୪ ଦିନରେ ୪୦ ଘଣ୍ଟା ଜେରା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲଡ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସୋମବାର ପ୍ରାୟ ୬ ଘଣ୍ଟା ଜେରା କରାଯାଇଛି । ଫଳରେ ଗତ ସୋମବାରଠାରୁ ଆଜି ପର୍ଯ୍ୟନ୍ତ ୪ ଦିନରେ ତାଙ୍କୁ ମୋଟ ୪୦ ଘଣ୍ଟା ଜେରା କରାଯାଇସାରିଲାଣି । ଆଜି ମଧ୍ୟ ରାହୁଲଙ୍କୁ ଜେରା କରାଯିବ ବୋଲି ଇଡିଙ୍କ ପକ୍ଷରୁ କୁହାଯାଇଛି ।

ସୋମବାର ପୂର୍ବାହ୍ନରେ ଜେରା ପୂର୍ବରୁ ରାହୁଲ ଗଙ୍ଗାରାମ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ମାଆ ସୋନିଆଙ୍କୁ ଭେଟିଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦପତ୍ର ‘ନ୍ୟାସନାଲ ହେରାଲ୍‌ଡ’ର ପ୍ରାୟ ୮୦୦ କୋଟି ଟଙ୍କାର ମାଲିକାନା ସ୍ୱତ୍ୱକୁ ନେଇ ସୋନିଆ ଓ ରାହୁଲ ବର୍ତ୍ତମାନ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । କୋଭିଡ୍ ଆକ୍ରାନ୍ତ ହୋଇଥିବାରୁ ସୋନିଆ ୨୩ରେ ଇଡି କାର୍ଯ୍ୟାଳୟରେ ହାଜର ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking