ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ବିରୋଧରେ ‘କ୍ରୋଧ ଓ ଘୃଣାର ପରିବେଶ’ ସୃଷ୍ଟିର ଅଭିଯୋଗ କରିଛନ୍ତି । ନୂପୁର ଶର୍ମାଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି, କୋର୍ଟ ଯାହା କହିଛନ୍ତି ସତ । ମାତ୍ର ତାଙ୍କ ମନ୍ତବ୍ୟ ଦେବା କାରଣରୁ ଦେଶର ପରିବେଶ ଏପରି ହୋଇନାହିଁ, ବରଂ ଏନ୍ଡିଏ ସରକାର ଏହା ସୃଷ୍ଟି କରିଛନ୍ତି ।
କଳପେଟ୍ଟାରେ ନିଜ ଅଫିସ୍ ପରିଦର୍ଶନ ଅବସରରେ ରାହୁଲ କହିଛନ୍ତି, ‘ଏହି ପରିବେଶ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ଏବଂ ଆର୍ଏସ୍ଏସ୍ ସୃଷ୍ଟି କରିଛନ୍ତି ।’ ଦେଶରେ ସୃଷ୍ଟି ହୋଇଥିବା କ୍ରୋଧ ଏବଂ ଘୃଣାର ଏପରି ପରିବେୠୁ ରାହୁଲ ଗାନ୍ଧୀ ରାଷ୍ଟ୍ରବିରୋଧୀ ଗତିବିଧି ସହ ତୁଳନା କରିଛନ୍ତି । ସେ କହିଛନ୍ତି, ଏପରି ପରିବେଶ ସୃଷ୍ଟି କରିବା ଭାରତ ଏବଂ ଏହାର ନାଗରିକଙ୍କ ହିତର ପରିପନ୍ଥୀ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଥିଲେ, କଂଗ୍ରେସ ଅଲଗା ଅଲଗା ସମୁଦାୟ ମଧ୍ୟରେ ବନ୍ଧ ସ୍ଥାପନ କରି ସେମାନଙ୍କୁ ନିଜ ଆଡ଼କୁ ଆଣୁଛି । ମାତ୍ର ବିଜେପି ଓ ଆର୍ଏସ୍ଏସ୍ ଲୋକଙ୍କୁ ବାଣ୍ଟିବାରେ ଲାଗିଛି ।