33.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶରାଏବରେଲିରୁ ଜିତିଲେ ରାହୁଲ ଗାନ୍ଧୀ

ରାଏବରେଲିରୁ ଜିତିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ରାଏବରେଲିରୁ ବିଜୟନାରା ଦେଲେ ରାହୁଲ ଗାନ୍ଧୀ । ଲୋକ ସଭା ନିର୍ବାଚନରେ ଉଭୟ କେରଳର ୱାୟନାଡ ଓ ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ବିଜୟୀ ହୋଇଛନ୍ତି। ରାହୁଲ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ରାହୁଲ ବିଜୟୀ ହୋଇଥିବାବେଳେ ଭାଜପାର ଦୀନେଶ ପ୍ରତାପ ସିଂଙ୍କୁ ଦ୍ୱିତୀୟ ସ୍ଥାନରେ ଏବଂ ବିଏସପିର ଠାକୁର ପ୍ରସାଦ ଯାଦବ ତୃତୀୟ ସ୍ଥାନରେ ରହିଛନ୍ତି। ଏଥର ଲୋକ ସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଗୋଟିଏ ପଟେ ଏନଡିଏର ୪୦୦ ପାର ସ୍ଲୋଗାନ ଫେଲ୍ ମାରିବାକୁ ଯାଉଥିବା ବେଳେ ଅନ୍ୟପଟେ ୧୦ ବର୍ଷର ରେକର୍ଡ ଭାଙ୍ଗିପାରେ କଂଗ୍ରେସ । ଦିନେ ରାହୁଲଙ୍କୁ ପପୁ ବୋଲି କହି ପରିହାସ କରିଥିବା ଦଳ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ବିଜୟୀ ହୋଇଛନ୍ତି ।
ସୂଚନା, ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking