ଭୁବନେଶ୍ୱର: ରେଳ ଷ୍ଟେସନର କୁଲିଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ରେଳ ଷ୍ଟେସନରେ କାମ କରୁଥିବା ଷ୍ଟେସନ କୁଲିଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ସେ କିଛି ଯାତ୍ରୀଙ୍କର ଜିନିଷ ପତ୍ର ମଧ୍ୟ ଉଠାଇଛନ୍ତି । ଆଉ କୁଲିଙ୍କ ସହିତ ବସି ତାଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି ।
କଂଗ୍ରେସ ପାର୍ଟି ଏନେଇ ଏକ ଫଟୋ ଟୁଇଟରରେ ସେୟାର କରିଛି । ଯେଉଁଥିରେ ଲେଖାଯାଇଛି ଯେ, ଜନନାୟକ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନରେ କୁଲି ସାଥୀମାନଙ୍କୁ ଭେଟିଛନ୍ତି । କିଛି ଦିନ ତଳେ ସେମାନଙ୍କର ଏକ ଭିଡିଓ ଭାଇରାଲ ହେଇଥିଲା । ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛା ଜାହିର କରିଥିଲେ । ତେଣୁ ରାହୁଲ ଗାନ୍ଧୀ ଆଜି ସେମାନଙ୍କୁ ଭେଟିବା ସହିତ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଭାରତ ଯୋଡ ଯାତ୍ରା ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ସମୟ ଧରି ଲଗାତାର ଲୋକଙ୍କୁ ଭେଟୁଛନ୍ତି ରାହୁଲ ଗାନ୍ଧୀ । ପୂର୍ବରୁ ସେ ହରିୟାଣାରେ ଟ୍ରାକ୍ଟର ଚଲାଇବା ସହିତ ଚାଷୀ ଭାଇ ଭଉଣୀମାନଙ୍କୁ ଭେଟିଥିଲେ । ଏହାସହ ସେ ଜଣେ ମୋଟର ମେକାନିକଙ୍କୁ ମଧ୍ୟ ଭେଟିଥିଲେ । ଯେଉଁଠି ସେ ମୋଟର ମେକାନିକଙ୍କ ସହିତ କଥାବାର୍ତ୍ତା କରିବା ସହ ତାଙ୍କୁ ନିଜ ବାଇକ୍ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ରାହୁଲ ଗାନ୍ଧୀଙ୍କୁ ସେହି ଭିଡିଓ ବେଶ ଭାଇରାଲ ହେଇଥିଲା ।
जननायक राहुल गांधी जी आज दिल्ली के आनंद विहार रेलवे स्टेशन पर कुली साथियों से मिले।
पिछले दिनों एक वीडियो वायरल हुआ था जिसमें रेलवे स्टेशन के कुली साथियों ने उनसे मिलने की इच्छा जाहिर की थी।
आज राहुल जी उनके बीच पहुंचे और इत्मीनान से उनकी बात सुनी।
भारत जोड़ो यात्रा जारी है.. pic.twitter.com/QrjtmEMXmZ
— Congress (@INCIndia) September 21, 2023