19.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶହାର ମାନିଲେ ରାହୁଲ ଗାନ୍ଧୀ, ଟ୍ୱିଟ କରି ଲେଖିଲେ ଏଭଳି କଥା

ହାର ମାନିଲେ ରାହୁଲ ଗାନ୍ଧୀ, ଟ୍ୱିଟ କରି ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ: ହାର ମାନିଲେ ରାହୁଲ ଗାନ୍ଧୀ । ପଞ୍ଜାବରେ କଂଗ୍ରେସର ସବୁ ବଡ଼ ବଡ଼ ନେତା ଶୋଚନୀୟ ଭାବେ ପରାସ୍ତ ହେବା ପରେ ଏବେ ଟ୍ୱିଟ କରି ପରାଜୟ ସ୍ୱୀକାର କରିଛନ୍ତି ରାହୁଲ । ଲୋକମାନଙ୍କର ନିଷ୍ପତ୍ତିକୁ ବିନମ୍ର ଭାବରେ ଗ୍ରହଣ କରୁଛୁ ବୋଲି ସେ ଟ୍ୱିଟ କରି କହିଛନ୍ତି । ସେ କରିଥିବା ଟ୍ୱିଟରେ ଲେଖାଯାଇଛି ଯେ, ଲୋକଙ୍କ ରାୟକୁ ନମ୍ରତାର ସହ ଗ୍ରହଣ କରୁଛୁ । ଯେଉଁମାନେ ଜନାଦେଶ ଜିତିଛନ୍ତି ସେମାନଙ୍କୁ ଶୁଭେଚ୍ଛା । ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ଏବଂ ସମର୍ପଣ ପାଇଁ ମୋର କୃତଜ୍ଞତା । ଆମେ ଏଥିରୁ ଶିଖିବୁ ଏବଂ ଭାରତର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ ଜାରି ରଖିବୁ ବୋଲି ଗାନ୍ଧୀ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ହସ୍ତଗତ ଫଳାଫଳ ଅନୁସାରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ ୯୨ ଆସନରେ ଆଗୁଆ ଥିବା ବେଳେ ଏଯାବତ୍ ୭୨ଟିରେ ବିଜୟୀ ହୋଇଛି । ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୧୮ଟିରେ ଆଗୁଆ ରହିଥିବା ବେଳେ ୧୧ଟିରେ ବିଜୟ ଲାଭ କରିଛି । ଆପ ଏବେ ୨୦ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମାତ୍ର ୭ଟି ଆସନରେ ଆଗୁଆ ରହିଛି । ଅନ୍ୟପକ୍ଷରେ ବିଜେପି ମାତ୍ର ୨ଟି ଆସନରେ ଜିତିବାରେ ସଫଳ ହୋଇଛି । ପଞ୍ଜାବରେ କଂଗ୍ରେସର ବଡ଼ ବଡ଼ ନେତା ମାଟି କାମୁଡ଼ିବା ପରେ ଏବେ କଂଗ୍ରେସ ହାରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଚରଣଜିତ୍ ସିଂହ ଚନ୍ନି ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଭଳି ନେତା ହାରିଥିବା ବେଳେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ବିଜୟୀ ହୋଇଛନ୍ତି । ଏହା ପରେ ଆପ୍ ମୁଖ୍ୟ କେଜ୍ରିୱାଲ ଏବେ ପଞ୍ଜାବରେ ସରକାର ଗଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking