ସମ୍ବଲପୁର : ବୁର୍ଲା ଭିସୁଟରେ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ର୍ୟାଗିଂ ଅଭିଯୋଗ ହୋଇଛି । ଚତୁର୍ଥ ବର୍ଷ ଛାତ୍ର ର୍ୟାଗିଂ କରିଥିବା ଅଭିଯୋଗ ହୋଇଛି । ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ଏନେଇ ଅଭିଯୋଗ ପାଇବା ପରେ ପଚରାଉଚରା ଆରମ୍ଭ କରିଛନ୍ତି । ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମିଟି ପକ୍ଷରୁ ୪ର୍ଥ ବର୍ଷ ଛାତ୍ରଙ୍କୁ ପଚରାଉଚରା କରାଯାଉଛି ।
ତେବେ ପୁର୍ବରୁ ମଧ୍ୟ ଏଠାରେ ଏହିଭଳି ସମାନ ଅଭିଯୋଗ ଆସିଥିଲା ଓ ଜୋରିମାନା ନିଆଯାଇ ଅଣ୍ଡରଟେକିଂ ନିଆଯାଇଥିଲା । ନୂଆ ଆଡମିଶନ ପରେ ଆସିଥିବା ଛାତ୍ର ମାନେ ଅଫଲାଇନ ଜରିଆରେ କ୍ଲାସ କରିବାକୁ ଆସୁଛନ୍ତି । ସେମାନଙ୍କ ଠାରେ ର୍ୟାଗିଂର ଉପକ୍ରମ ଆରମ୍ଭ ହୋଇସାରିଛି । ତେବେ ର୍ୟାଗିଂର ଶିକାର ହୋଇଥିବା ଛାତ୍ର ମାନେ ଭୟରେ କାହାକୁ କହିପାରୁ ନାହାନ୍ତି ଓ କୌଣସି ଫୋରେମରେ ଉପସ୍ଥାପନ କରିପାରୁ ନାହାନ୍ତି । ଭିସୁଟର ଏକ ନିର୍ଦ୍ଦିଷ୍ଟ ହଷ୍ଟେଲରେ ଏହି ର୍ୟାଗିଂ ଚାଲୁଥିଲା । ଛାତ୍ର ମାନଙ୍କୁ ଶାରୀରିକ ଟର୍ଚ୍ଚର କରାଯାଇଥିଲା । କ୍ଲାସରୁ ବାହାରି ହଷ୍ଟେଲକୁ ଯିବା ବାଟରେ କିଛି ସିନିୟର ଛାତ୍ର ତାଙ୍କ ମୁହଁରେ ସିଗାରେଟ ଟାଣି ଫୁଙ୍କୁଛନ୍ତ ଧୁଆଁ ଛାଡିଥିଲେ । ତେବେ ଗତ ୨୮ ରେ ଭିସୁଟର ଛାତ୍ର ମାନେ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ ।
ସେହି ଆଧାରରେ ଗତ କାଲି ରାତିରେ ଆଣ୍ଟିର୍ୟାଗିଂ ସେଲ ଭିସୁଟ ପକ୍ଷରୁ ଶୃଙ୍ଖଳା କମିଟିରେ ଏକ ବୈଠକ ବସିଥିଲା । ସେଠାରେ ଅଭିଯୋଗ କରିଥିବା ଛାତ୍ର ଓ ଅଭିଯୁକ୍ତ ଛାତ୍ର ଉଭୟଙ୍କୁ ଡକାଯାଇ ପଚରାଉଚରା କରାଯାଇଥିଲା । ତେବେ ଏଥିରେ କ’ଣ ନିଷ୍ପତି ନିଆଯାଇଛି ତାହା ପରବର୍ତ୍ତୀ ସମୟରେ ଜଣା ପଡିବ ।