19.1 C
Bhubaneswar
Wednesday, January 8, 2025
Homeଓଡିଶାଜାତିଆଣ ଆକ୍ଷେପ ମାମଲା: ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବଢିଲା

ଜାତିଆଣ ଆକ୍ଷେପ ମାମଲା: ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବଢିଲା

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିବା ମାମଲାରେ ପତ୍ନୀ ବର୍ଷା ପ୍ରୟଦର୍ଶିନୀଙ୍କୁ ହାଇକୋର୍ଟରୁ ପୁଣି ସାମୟିକ ଆଶ୍ୱସ୍ତି ମିଳିଛି । ବିଚାରପତି ଆଦିତ୍ୟ ମହାପାତ୍ର ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୧୭ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଫଳରେ ସେପର୍ଯ୍ୟନ୍ତ ହାଇକୋର୍ଟ ବର୍ଷା ,ତାଙ୍କ ମା ଓ ଝିଆରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଏହି ସମୟ ମଧ୍ୟରେ ଦିଲ୍ଲୀ ପୁଲିସ ସେମାନଙ୍କୁ ଗିରଫ କରିପାରିବନାହିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଅପରପକ୍ଷେ ସୁଜିତ ଦଳେଇଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦିଲ୍ଲୀ ପୁଲିସକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ ଯେ ଅନୁଭବଙ୍କ ଦିଲ୍ଲୀସ୍ଥିତ କ୍ୱାଟର୍ସରେ ତାଙ୍କର ବ୍ୟକ୍ତିଗତ କର୍ମଚାରୀ ସୁଜିତଙ୍କୁ ୩ବର୍ଷ ପୂର୍ବେ ଜାତିଆଣ ଆକ୍ଷେପ କରିବା ନେଇ ଅଭିଯୋଗ ହୋଇଥିଲା । ତେବେ ଦିଲ୍ଲୀ ପୁଲିସ ଜୁଲାଇ ମାସ ୨୨ତାରିଖରେ ଏସ୍‌ସି -ଏସଟି ଆକ୍ଟରେ ମାମଲା ରୁଜୁ କରିଥିଲା । ଏଣୁ ଦିଲ୍ଲୀ ପୁଲିସର ଏକ ଟିମ୍ କଟକ ଆସି ବର୍ଷାଙ୍କୁ ଜେରା ପାଇଁ ପ୍ରୟାସ କରିଥିଲା । କିନ୍ତୁ ପୁରୀ ଘାଟଥାନାରୁ ସହଯୋଗ ନ ମିଳିବାରୁ ଦିଲ୍ଲୀ ପୁଲିସ ନୋଟିସ ଦେଇ ଫେରି ଯାଇଥିଲା । ଏହାପରେ ନିଜ ମା’ଙ୍କ ବୟାସାଧୀକ କାରଣ ଦର୍ଶାଇ ବର୍ଷା ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking