25.8 C
Bhubaneswar
Saturday, July 27, 2024
Homeଓଡିଶାଗୁଣାତ୍ମକ ଶିକ୍ଷାଦାନ ପ୍ରୟାସ; ସବୁ କ୍ଲଷ୍ଟର୍‌ରେ ମାସିକ ବୈଠକ; ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷାକୁ...

ଗୁଣାତ୍ମକ ଶିକ୍ଷାଦାନ ପ୍ରୟାସ; ସବୁ କ୍ଲଷ୍ଟର୍‌ରେ ମାସିକ ବୈଠକ; ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବ ନିର୍ଦ୍ଦେଶ ଅନୁସାରେ ମାସର ତୃତୀୟ ଶନିବାର, ଅର୍ଥାତ ୧୫ ତାରିଖ ରାଜ୍ୟର ପ୍ରତ୍ୟେକ କ୍ଲଷ୍ଟର ସ୍ତରରେ ଶୈକ୍ଷିକ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ସିଆରସିସିଙ୍କ ଅଧ୍ୟକ୍ଷତାରେ କ୍ଲଷ୍ଟର ସ୍ତରରେ ସମସ୍ତ ପ୍ରଧାନ ଶିକ୍ଷକମାନେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ବିଶେଷ ଭାବେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋଚନା କରାଯାଇଛି ।

ବୈଠକର ସୁପରିଚାଳନା ପାଇଁ ଶିକ୍ଷା ବିଭାଗର ସମସ୍ତ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ନିରୀକ୍ଷଣ କରିଥିଲେ । ଡିଆଇଇଟି(ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ)ର ଶିକ୍ଷକ ପ୍ରଶିକ୍ଷକମାନେ ସିଆରସିସିଙ୍କୁ ବୈଠକରେ ଆଲୋଚନା ପାଇଁ ସହଯୋଗ କରିଥିଲେ । ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶ ପାଇଁ ଏହି ମାସିକ ବୈଠକକୁ ଆୟୋଜନ କରାଯାଇଥିଲା । ମାସର ତୃତୀୟ ଶନିବାର ଏହା ନିୟମିତ ଆୟୋଜନ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଶିକ୍ଷଣ ଦକ୍ଷତା ବୃଦ୍ଧି, ଶିକ୍ଷଣ ସାମଗ୍ରୀର ଉପଯୁକ୍ତ ବ୍ୟବହାର, ଗୁଣାତ୍ମକ ଶିକ୍ଷାଦାନ, ସ୍କୁଲ ପରିବେଶର ତଦାରଖ, ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲ ଆଣିବା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ୟୁନିଫର୍ମ ବଣ୍ଟନ, ସ୍କୁଲ ଡାଏରୀ ଓ ନୋଟ୍ ବୁକ୍ ବଣ୍ଟନ, ତାହାର ବ୍ୟବହାର, ଅନଲାଇନ ପ୍ଲାଟଫର୍ମ(ୟୁଡାଇଜ୍‌) ମାଧ୍ୟମରେ ସ୍କୁଲର ତଥ୍ୟ ପୂର୍ଣ୍ଣ କରିବା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଓସେପା(ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ)ର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କ୍ଲଷ୍ଟରକୁ ଯାଇ ବୈଠକର ତଦାରଖ କରିଥିଲେ । ଏହାସହ ଓସେପାର ୧୧ ଜଣ ବରିଷ୍ଠ ଅଧିକାରୀ, ଡିଆଇଇଟିର ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ୍ ଶିକ୍ଷା ଅଧିକାରୀ, ଶିକ୍ଷା ବିଭାଗର ବିଭିନ୍ନ ସହଯୋଗୀ ସଂସ୍ଥାର ଅଧିକାରୀ ପ୍ରମୁଖ ରାଜ୍ୟର ବିଭିନ୍ନ କ୍ଲଷ୍ଟର ସ୍ତରକୁ ଯାଇ ବୈଠକର ପରିଚାଳନା ସହ ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking