ନୂଆଦିଲ୍ଲୀ: ୟୁକ୍ରେନ୍-ରୁଷ ଯୁଦ୍ଧ ଭିତରେ ପୁଟିନଙ୍କ ପାଇଁ ବଡ଼ ସଙ୍କଟ । ଘରୋଇ ସେନା ୱାଗନର ଗ୍ରୁପ୍ର ବିଦ୍ରୋହ । ମସ୍କୋକୁ କବଜା କରିବାକୁ ଗ୍ରୁପ୍ ମୁଖ୍ୟ ୱେବଗେନି ପ୍ରିଗୋଝିନଙ୍କ ଘୋଷଣା କରିଛନ୍ତି । ଗ୍ରୁପ୍ ମୁଖ୍ୟ ୱେବଗେନି ପ୍ରିଗୋଝିନ୍ ନିଜେ ସାମ୍ନାକୁ ଆସିଛନ୍ତି । ରୋସ୍ତଭର ସମସ୍ତ ସାମରିକ କାର୍ଯ୍ୟାଳୟ ତାଙ୍କ କବଜାରେ ଥିବା ସେ ଦାବି କରିଛନ୍ତି । ଏବେ ମସ୍କୋରେ ହାଇ ଆଲର୍ଟ ଜାରି କରାଯାଇଛି । ରୁଷର ପ୍ରତିରକ୍ଷା ମନ୍ତ୍ରାଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ରୁଷ ସେନାର ଦୁଇଟି ହେଲିକପ୍ଟର ୱାଗନର ଗ୍ରୁପ୍ ମାରି ଖସାଇ ଦେଇଥିବା ଜଣାପଡ଼ିଛି । ୱାଗନର ଗ୍ରୁପ୍ ପାଖରେ ୨୫ ହଜାର ଯୁଦ୍ଧ ବିମାନ ଥିବା ଦାବି କରିଛି ।