26.1 C
Bhubaneswar
Tuesday, July 29, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧପୁଟିନ୍ ଆରମ୍ଭ କରି ଦେଲେ ସେନାରେ ବାଧ୍ୟତାମୂଳକ ଭର୍ତ୍ତି, ଜାଣନ୍ତୁ କ’ଣ ରହିଛି ସର୍ତ୍ତ ଓ...

ପୁଟିନ୍ ଆରମ୍ଭ କରି ଦେଲେ ସେନାରେ ବାଧ୍ୟତାମୂଳକ ଭର୍ତ୍ତି, ଜାଣନ୍ତୁ କ’ଣ ରହିଛି ସର୍ତ୍ତ ଓ ନିୟମ….

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୬ ଦିନରେ ପହଞ୍ଚିଛି । ୟୁକ୍ରେନ ସେନା ବି ରୁଷ ଆକ୍ରମଣର ଦୃଢ଼ ଜବାବ ଦେଉଛନ୍ତି । ତେବେ ଏହା ଭିତରେ ରୁଷର ପାଖାପାଖି ଅଢ଼େଇ ଲକ୍ଷ ସୈନ୍ୟ ଲଢ଼ି ଲଢ଼ି ଥକି ପଡ଼ିଛନ୍ତି ଏବଂ ସେମାନଙ୍କ ଆକ୍ରମଣ ଗତି ଧିମା ହୋଇ ଯାଇଛି । ଏହାକୁ ନେଇ ରୁଷିଆ ରାଷ୍ଟ୍ରପତି ପୁଟିନ୍ ବହୁତ ଚିନ୍ତିତ ଅଛନ୍ତି ଏବଂ ସେ ବାଧ୍ୟତାମୂଳକ ଭାବରେ ସେନା ଭର୍ତ୍ତି ଖୋଲି ଦେଇଛନ୍ତି । ଯାହା ଅଧୀନରେ ୟୁକ୍ରେନ ସହ ଲଢ଼ିବା ପାଇଁ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯିବ । ସେନାରେ ବାଧ୍ୟତାମୂଳକ ଭର୍ତ୍ତି ପାଇଁ ନିୟମଗୁଡ଼ିକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି । ଏକ ରିପୋର୍ଟ ମୁତାବକ, ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଭିତରେ ଏବେ ରୁଷରେ ୧୮ରୁ ୨୭ ବର୍ଷ ଯୁବକଙ୍କୁ ବାଧ୍ୟତାମୂଳକ ଭାବରେ ସେନାରେ ସାମିଲ ହେବାକୁ ପଡ଼ିବ । ସେମାନଙ୍କୁ ଅତି କମ୍‌ରେ ଦୁଇ ବର୍ଷର ସେବା ଯୋଗାଇବାକୁ ହେବ । ନିଯୁକ୍ତିରେ ସାମିଲ ନ ହେବା ଯୁବକଙ୍କୁ ୨ରୁ ୪ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଦିଆଯିବ । ପ୍ରଥମେ ରୁଷ ସେନା ତରଫରୁ ଯୋଗ୍ୟ ଯୁବକମାନଙ୍କୁ ପତ୍ର ପଠାଯିବ । ଯଦି ୨ ସପ୍ତାହ ଭିତରେ ସେମାନେ ନ ଆସନ୍ତି, ତା’ ହେଲେ ସେମାନଙ୍କୁ ଜେଲ୍‌ରେ ଭର୍ତ୍ତି କରାଯିବ । ଏପ୍ରିଲ ୧ ସୁଦ୍ଧା ଏକ ଲକ୍ଷ ଭର୍ତ୍ତି ହେବ । ସେପଟେ ଯୁଦ୍ଧ ସମୟରେ ୟୁକ୍ରେନ ଏମିତି ଅନେକ ରୁଷୀୟଙ୍କୁ ଧରିଛି, ଯେଉଁମାନେ ରୁଷ ସେନାର ନିୟମିତ ଫୌଜି ନୁହଁନ୍ତି । ଧରା ପଡ଼ିଥିବା ଏମିତି ଲୋକଙ୍କ ଭିଡିଓ ୟୁକ୍ରେନ ସେନା ଭାଇରାଲ କରିଛି । ତେବେ ଯୁଦ୍ଧ ପ୍ରାରମ୍ଭରେ ରୁଷୀୟ ସେନା ବାଧ୍ୟତାମୂଳକ ସେନା ସେବା ପାଇଁ ଲୋକଙ୍କୁ ଯୁଦ୍ଧରେ ସାମିଲ କରିବ ନାହିଁ ବୋଲି ଘୋଷଣା କରିଥିଲା । କିନ୍ତୁ ରୁଷ ଏବେ ଏହାକୁ ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking