30.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଜର୍ମାନୀ ଉପରେ ଗର୍ଜିଲେ ପୁଟିନ

ଜର୍ମାନୀ ଉପରେ ଗର୍ଜିଲେ ପୁଟିନ

ନୂଆଦିଲ୍ଲୀ : ପୁଟିନଙ୍କୁ ଘାରିଛି ଲିଓପାର୍ଡ ଭୟ । ୟୁକ୍ରେନକୁ ଜର୍ମାନୀର ଲିଓପାର୍ଡ-୨ ପ୍ରତିଶ୍ରୁତି ପରେ, ରୁଷ ରାଷ୍ଟ୍ରପତିଙ୍କ ଆରମ୍ଭ ହୋଇଛି ଗର୍ଜନ । ଫାସିବାଦ ପୁଣି ରୁଷ ପ୍ରତି ବିପଦସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ପୁଣି ଥରେ ଜର୍ମାନୀ ଟ୍ୟାଙ୍କ ଜରିଆରେ ଧମକ ଦିଆଯାଉଥିବା କହିଛନ୍ତି ଭ୍ଲାଦମିର ପୁଟିନ । ରୁଷ ଦ୍ୱାରଦେଶରେ ପହଞ୍ଚିଛି ଟ୍ୟାଙ୍କ ଓ ଫାସିବାଦ । ରେଡ୍ ଆର୍ମୀର ଷ୍ଟାଲିନ୍‌ଗାର୍ଡ ଭିକ୍ଟ୍ରିର ୮୦ ତମ ବର୍ଷ ପୂର୍ତ୍ତି ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ପୁଟିନ । ରୁଷ ପାଶ୍ଚାତ୍ୟ ଆକ୍ରମଣର ମୁକାବିଲା କରୁଥିବା ବେଳେ ନାଜିବାଦ ମୁଣ୍ଡ ଟେକିଛି । ପୁଣି ଥରେ ଜର୍ମାନ ଟ୍ୟାଙ୍କ ଜରିଆରେ ଧମକ ଦିଆଯାଉଛି । ରୁଷ କିନ୍ତୁ ଜବାବ ଦେବାକୁ ପ୍ରସ୍ତୁତ ବୋଲି ପୁଟିନ ଚେତାବନୀ ଦେଇଛନ୍ତି ।

ପୁଟିନ କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଋଷିଆକୁ ଜର୍ମାନୀ ଲିଓପାର୍ଡ ଟ୍ୟାଙ୍କ ମାଧ୍ୟମରେ ଧମକାଇବାକୁ ଚାହୁଁଛି । ପାଶ୍ଚାତ୍ୟ ଦେଶଗୁଡ଼ିକ ଏବେ ୟୁକ୍ରେନ ସମର୍ଥନରେ ବାହାରୁଥିବା ବେଳେ ଜର୍ମାନୀ ମଧ୍ୟ ୟୁକ୍ରେନକୁ ଶକ୍ତିଶାଳୀ ଲିଓପାର୍ଡ ଟ୍ୟାଙ୍କ୍ ଦେବ । ପୂର୍ବରୁ ୟୁକ୍ରେନ୍‌କୁ ଟ୍ୟାଙ୍କ ସହାୟତା ଘୋଷଣା କରିଛନ୍ତି ଆମେରିକା ଓ ଜର୍ମାନୀ । ୩୧ଟି ଏମ୍‌୧ ଆବ୍ରାମ୍ସ ଟ୍ୟାଙ୍କ ଦେବ ଆମେରିକା । ଜର୍ମାନୀ ଦେବ ୮୮ ଲିଓପାର୍ଡ-୨ ଟ୍ୟାଙ୍କ । ୟୁକ୍ରେନକୁ ଲିଓପାର୍ଡ -୨ ଟ୍ୟାଙ୍କ ପଠାଇବା ପୂର୍ବରୁ ଟେଷ୍ଟ ରାଇଡ୍‌? କରିଛନ୍ତି ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ । ତେବେ ଦୁଇ ଦେଶର ଟ୍ୟାଙ୍କକୁ ଦାନ୍ତହୀନ ବାଘ ବୋଲି କହିଆସୁଛି କ୍ରେମଲିନ । ଆମେରିକା ଓ ୟୁରୋପକୁ ଚେତାବନୀ ବି ଶୁଣାଇଛି । ଟ୍ୟାଙ୍କ ଦେବା ଅର୍ଥ ସିଧାସଳଖ ଯୁଦ୍ଧରେ ସାମିଲ ହେବା । ଏପଟେ ବଢ଼ୁଛି ୟୁକ୍ରେନର କ୍ଷତ । ପୁଣି ଆକ୍ରମଣକୁ ଜୋରଦାର କରିଛି ରୁଷ । ଗତ ୨୪ ଘଣ୍ଟାରେ ୯ ଅଞ୍ଚଳରେ ମିସାଇଲ ମାଡ଼ । ଉତ୍ତର, ପୂର୍ବ ଓ ଦକ୍ଷିଣ ୟୁକ୍ରେନରେ ଘନ ଘନ ଆକ୍ରମଣ ।

ଡୋନେସ୍କ, ଖେରସନ, ଖାରକିଭ, ସୁମି, ମାଇକୋଲେଭ, ଚେର୍ଣ୍ଣିହିବ, ଜାପୋରଝିଆ, ନିପ୍ରୋ ଓ ଲୁହାନ୍‌?ସ୍କରେ ହମଲା କରିଛି ରୁଷ ସେନା । ୬ ଜଣଙ୍କ ମୃତ୍ୟୁ ହୋଇଛି । ୧୯ରୁ ଅଧିକ ଆହତ ହୋଇଛନ୍ତି । ଅନେକ ସାଧାରଣ ଭିତ୍ତିଭୂମି ଧ୍ୱଂସ ହୋଇଛି । ଛାରଖାର ହୋଇ ଯାଇଛି କ୍ରାମଟର୍ସ୍କ ଓ ବଖମୁତ ସହର । ଯୁଆଡ଼େ ଚାହିଁଲେ ପୋଡ଼ାଜଳା ଓ ଧ୍ୱଂସର ଚିତ୍ର । ଭୁଶୁଡ଼ି ପଡ଼ିଛି ବିଲ୍‌ଡିଂ । ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଚାଲିଛି । ରୁଷ ସେନାକୁ କଡା ଜବାବ ଦେଇଛି କିଭ ବାହିନୀ । ଗୋଟିଏ ଦିନରେ ରୁଷର ୮୪୦ ସୈନ୍ୟ ପ୍ରାଣ ହରାଇଛନ୍ତି । କିଛି ଜନବସତିରୁ ରୁଷ ସେନାକୁ ପଛକୁ ଘୁଞ୍ଚାଇ ଦେଇଛି ୟୁକ୍ରେନ ସେନା । ଏ ପର୍ଯ୍ୟନ୍ତ ରୁଷର ୨ ଲକ୍ଷ ସୈନ୍ୟ ମୃତାହତ ହୋଇଥିବା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି । ଆଗକୁ ରୁଷ୍ର ବଡ଼ ହମଲାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ୟୁକ୍ରେନ । ଠୁଳ କରୁଛି ଅସ୍ତ୍ରଶସ୍ତ୍ର । ଆମେରିକା, ଜର୍ମାନୀ ଓ ବ୍ରିଟେନକୁ ଫାଇଟର ଜେଟ୍ ଦେବାକୁ ପୁଣି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking