ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳ କର୍ତ୍ତୃପକ୍ଷ ଆସନ୍ତା ୬ ତାରିଖରୁ ପୁରୀ-ଦୀଘା ସାପ୍ତାହିକ ଏକ୍ସପ୍ରେସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ୭ରୁ ଏହି ଟ୍ରେନ୍ ଦୀଘାରୁ ଛାଡ଼ିବ । ପୁରୀ-ଦିଘା ଏକ୍ସପ୍ରେସ୍ ପ୍ରତି ଶନିବାର ରାତି ୯ଟା୫ରେ ପୁରୀ ଛାଡିବ । ଯାହା ପରିଦିନ ସକାଳ ୬ଟା୩୫ରେ ଦୀଘା ପହଞ୍ଚିବ ।
ସେହିପରି ଦୀଘା-ପୁରୀ ଏକ୍ସପ୍ରେସ୍ ପ୍ରତି ରବିବାର ସନ୍ଧ୍ୟା ୫ଟା୨୫ରେ ଦୀଘା ଛାଡିବ । ଯାହା ପରଦିନ ୨ଟା୫୫ରେ ପୁରୀରେ ପହଞ୍ଚିବ । ଅପରପକ୍ଷେ ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଅକ୍ଟୋବର ୨ ତାରିଖରୁ ଉଭୟ ଦିଗରୁ ଚଳାଚଳ କରିବ । ପୁରୀରୁ ପ୍ରତିଦିନ ସକାଳ ୫ଟା୪୫ରେ ଛାଡି ହାଓଡ଼ାରେ ଦିନ ୧ଟା୪୫ରେ ପହଞ୍ଚିବ । ଫେରିବା ବେଳେ ହାଓଡ଼ାରୁ ଅପରାହ୍ନ ୨ଟା୧୫ରୁ ଛାଡିବ । ଯାହା ପୁରୀରେ ରାତି ୯ଟା୫୦ରେ ପହଞ୍ଚିବ ବୋଲି ଦକ୍ଷିଣ ପୂର୍ବ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଆସନ୍ତା ୮ ତାରିଖରୁ ଟାଟାନଗର-ବାହାମପାହାଡ଼ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ । ଏହି ଟ୍ରେନ୍ ରବିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଚାଲିବ ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ କୁହାଯାଇଛି ।