27.1 C
Bhubaneswar
Thursday, April 25, 2024
Homebuisnessପୁମା କମ୍ପାନୀର ନୂଆ ବ୍ରାଣ୍ଡ ଆମ୍ବାସଡର; ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର

ପୁମା କମ୍ପାନୀର ନୂଆ ବ୍ରାଣ୍ଡ ଆମ୍ବାସଡର; ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର

ନୂଆଦିଲ୍ଳୀ: ସ୍ପୋର୍ଟ୍ସ ବ୍ରାଣ୍ଡ୍‌ ପୁମା ଇଣ୍ଡିଆର ନୂଆ ଆମ୍ବାସଡର ହେଲେ ହରମନପ୍ରୀତ୍‌ କୌର। ଭାରତୀୟ ମହିଳା କ୍ରିକେଟ୍‌ ଟିମ୍ କ୍ୟାପ୍ଟେନ ହରମନ ପ୍ରୀତଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସଡର କରିଛି ପୁମା। ମହିଳାଙ୍କୁ ଏହାର ବ୍ୟବସାୟରେ ଖାସ୍‌ କରି କ୍ରୀଡ଼ା ବିଭାଗ ଅନ୍ତର୍ଗତ ସାମିଲ୍‌ କରିବା ପ୍ରତିଶ୍ରୁତି ସହ ବ୍ରାଣ୍ଡ୍‌ ଏହି ପଦକ୍ଷେପ ନେଇଛି। ନିକଟରେ ବ୍ରାଣ୍ଡ୍‌ ଏକ ଟିଜର୍‌ ପୋଷ୍ଟ କରିଥିଲା। ଯେଉଁଥିରେ ଜଣେ କ୍ରିକେଟରେ ଷ୍ଟମ୍ପ୍‌ ସାମ୍ନାରେ ପୋଜିସନ୍‌ ନେଉଛନ୍ତି। ତେବେ ୮୦ ପ୍ରତିଶତ ଗ୍ରାହକ ଆମ୍ବାସଡରଙ୍କୁ ଜଣେ ପୁରୁଷ ବୋଲି ଭାବୁଥିଲେ।

 ‘‘ଏକ ବ୍ରାଣ୍ଡ୍‌ ଭାବରେ ସବୁବେଳେ ଆମେ ସମୟ ଠାରୁ ଆଗରେ ରହିବା ସହ ମହିଳାଙ୍କୁ ସ୍ପୋର୍ଟ୍ସରେ ସହଯୋଗ କରିବା ତଥା ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଏକ ବଡ଼ ପଦକ୍ଷେପ’’ ବୋଲି କହିଛନ୍ତି ପୁମା ଇଣ୍ଡିଆ ଏବଂ ଦକ୍ଷିଣପୂର୍ବ ଏସିଆର ପରିଚାଳନା ନିର୍ଦ୍ଦଶକ ଅଭିଷେକ ଗାଙ୍ଗୁଲି। ହରମନପ୍ରୀତ ହେଉଛନ୍ତି ଜଣେ ସ୍ପୋର୍ଟ୍ସ ଆଇକନ୍ ଏବଂ ଏହି ସହଭାଗିତା ସହ ଏହା ଯୁବପୀଢ଼ିକୁ ଉତ୍ସାହିତ କରିବ ଏବଂ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌କୁ ନୂଆ ଉଚ୍ଚତାକୁ ନେବ।

ପୁମାର ଅନ୍ୟ ଆମ୍ବାସଡରଙ୍କ ମଧ୍ୟରେ ଥିବା ବିରାଟ କୋହଲି, କେଏଲ ରାହୁଲ, କରୀନା କପୁର ଖାନ୍, ଯୁବରାଜ ସିଂହ, ସୁନୀଲ ଛେତ୍ରୀ ଏବଂ ନିକଟରେ ଯୋଗ ଦେଇଥିବା ହାର୍ଡି ସାନ୍ଧୁ ଏବଂ ଅନୁଷ୍କା ଶର୍ମା, ସ୍ପ୍ରିଣ୍ଟର ଉସୈନ ବୋଲ୍ଟ, ଫୁଟ୍‌ବଲର ନେମାର ଜୁନିୟର ଏବଂ ସୁନୀଲ ଛେତ୍ରୀ, ବକ୍ସର ଏମସି ମେରୀ କମ୍, କ୍ରିକେଟର ହାର୍ଲିନ୍‌ ଦେଓଲ ଏବଂ ପାରା-ସୁଟର ଅବନୀ ଲେଖାରାଙ୍କ ସହ ଯୋଗ ଦେବେ। କୌରଙ୍କ ନାମରେ ଟି୨୦ଆଇ ଦ୍ରୁତତମ ଶତକ ହାସଲ କରିଥିବା ମହିଳା କ୍ରିକେଟରଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଏବଂ ଟି୨୦ଆଇରେ ଶତକ ହାସଲ କରିଥିବା ଭାରତର ଏକମାତ୍ର ମହିଳା କ୍ରିକେଟର ମଧ୍ୟ ।

ଏହାକୁ ନେଇ ହରମନ ପ୍ରୀତ କହିଛନ୍ତି ‘‘ମୁଁ ମୋର ୨୦୧୩ ରେ ପ୍ରଥମ ଓଡିଆଇ ଶତକ ପୁମା ବୁଟ୍‌ରେ ହିଁ କରିଥିଲି। ଆଉ ଏବେ ପୁମାର ବ୍ରାଣ୍ଡ ମୁହଁ ଭାବରେ ସ୍ଥାନିତ ହେବାକୁ ଯାଉଛି। ସେ କହିଛନ୍ତି ‘‘ପୁମା ଭଳି ବ୍ରାଣ୍ଡ୍ ଭାରତୀୟ ମହିଳା କ୍ରିକେଟରଙ୍କ ଉନ୍ନତି ପାଇଁ ସହଯୋଗ କରୁଥିବା ଏକ ଖୁସିର କଥା। ଏହା କେବଳ ଆରମ୍ଭ ମୋର ବିଶ୍ବାସ ରହିଛି ଏହି ପଦକ୍ଷେପ ଅନେକ ମହିଳାଙ୍କୁ କ୍ରିକେଟରେ ଯୋଗଦେବାକୁ ଚାହୁଥିବା ସେମାନଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସାହସ ଯୋଗାଇବ।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking