21.1 C
Bhubaneswar
Thursday, December 26, 2024
Homeଓଡିଶାନିର୍ଦ୍ଦେଶନାମା ଜାରିକଲା ଗଣଶିକ୍ଷା ବିଭାଗ : ୨୫% ସଂରକ୍ଷିତ ସିଟ୍ ଲାଗି ନିୟମ ହେଲା କଡ଼ାକଡ଼ି

ନିର୍ଦ୍ଦେଶନାମା ଜାରିକଲା ଗଣଶିକ୍ଷା ବିଭାଗ : ୨୫% ସଂରକ୍ଷିତ ସିଟ୍ ଲାଗି ନିୟମ ହେଲା କଡ଼ାକଡ଼ି

ଭୁବନେଶ୍ୱର:ଏଣିକି ଘରୋଇ ସ୍କୁଲରେ ପାଠପଢ଼ିବା ପାଇଁ ଗରୀବ ଛାତ୍ରଛାତ୍ରୀଙ୍କୁ ଅର୍ଥ ପ୍ରତିବନ୍ଧକ ସାଜିବ ନାହିଁ । ଗରୀବ ମେଧାବୀ ଛାତ୍ରଛାତ୍ରୀମାନେ ଘରୋଇ ସ୍କୁଲରେ ନାମଲେଖା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ଏଥିପାଇଁ ରାଜ୍ୟ ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ନିୟମ ଅନୁଯାୟୀ, ପ୍ରତ୍ୟେକ ଘରୋଇ ସ୍କୁଲର ୨୫ ପ୍ରତିଶତ ସିଟ୍‌ରେ ନାମଲେଖା ଅଧିକାର ସରକାରଙ୍କ ପାଖରେ ରହିବ । ଆର୍ôଥକ ଦୁର୍ବଳ ଶ୍ରେଣୀର ପିଲାମାନେ ଏହି ୨୫% କୋଟା ସିଟ୍‌ରେ ପଢ଼ିବାର ସୁଯୋଗ ପାଇପାରିବେ । ଏହି ନିୟମକୁ ଅବମାନନା କଲେ କିମ୍ବା ନାମଲେଖାରେ ପ୍ରିୟାପ୍ରିତି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓସେପା ସତର୍କ କରାଇଛି ।

ପୂର୍ବରୁ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ଲାଗି ୨୫% ସିଟ୍ ସଂରକ୍ଷିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସମ୍ପୃକ୍ତ ସିଟ୍‌ରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ମ୍ୟାନେଜମେଣ୍ଟ୍ ସିଟ୍ କହି ଅଧିକ ଟଙ୍କାରେ ନାମଲେଖାଉଥିବା ବେଳେ ଗରିବ ପିଲାମାନେ ଏହି କୋଟାରେ ପଢ଼ିବାରୁ ବଞ୍ôଚତ ହେଉଥିଲେ । ଏଣିକି ଏହି ୨୫% କୋଟା ସିଟ୍ ରହିବ ସରକାରଙ୍କ ପାଖରେ । ଆବେଦନକାରୀମାନେ ଏହି ସିଟ୍ ଲାଗି ସରକାରଙ୍କ ପାଖରେ ଆବେଦନ କରିବେ । ୨୫% ସିଟ୍‌ରେ ନାମଲେଖା ଲାଗି ସରକାର ଯେଉଁ ନିୟମ କରିଛନ୍ତି ସଂମ୍ପୃକ୍ତ ନିୟମ ମଧ୍ୟରେ ଯେଉଁ ଆବେଦନକାରୀମାନେ ରହିବେ ସେମାନଙ୍କୁ ଘରୋଇ ସ୍କୁଲରେ ପଢ଼ିବାର ସୁଯୋଗ ମିଳିବ ।

ଏନେଇ ଚଳିତ ବର୍ଷରୁ ଅନ୍‌ଲାଇନ୍‌ରେ କମନ୍ ଡାଟାବେସ୍ ଲାଗୁ କରାଯିବ । ଫଳରେ ଏହା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସିଧାସଳଖ ସ୍କୁଲରେ ଆବେଦନ ନକରି ଏହି କମନ୍ ଡାଟାବେସ୍‌ରେ ଆବେଦନ କରିପାରିବେ । ଆବେଦନ ସମୟରେ ଆବେଦନକାରୀମାନେ ସ୍କୁଲ ତାଲିକାରେ ୫ଟି ସ୍କୁଲର ନାମ ରଖିବେ । ପିଲା ରହୁଥିବା ଠିକଣା ଠାରୁ ନିକଟତର ଘରୋଇ ସ୍କୁଲରେ ପଢ଼ିବାକୁ ସୁଯୋଗ ଦିଆଯିବ । ଆବେଦନ ସମୟରେ ପରିବାରର ବାର୍ଷିକ ଆୟ, ଉଭୟ ଅଭିଭାବକ ଏବଂ ପିଲାର ଆଧାର ନମ୍ବର, ପରିବାର ସଦସ୍ୟଙ୍କର ସମ୍ପୂର୍ଣ୍ଣ ତାଲିକା ଫର୍ମରେ ଦର୍ଶାଯିବା ଆବଶ୍ୟକ । ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ।

ରାଜ୍ୟରେ ଶିକ୍ଷା ଅଧିକାର ଆଇନ୍ ପ୍ରଣୟନ ହେବା ପରେ ଉଭୟ ସରକାରୀ ଏବଂ ଘରୋଇ ସ୍କୁଲ ଲାଗି ସ୍ୱତନ୍ତ୍ର ନିତିନିୟମ ଲାଗୁ ହୋଇଛି । ବିଶେଷକରି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ଶାଗମାଛ ମୂଲ୍ୟରେ ଜମି ପାଣି ନେଇ ସ୍କୁଲ ନିର୍ମାଣ କରୁଛନ୍ତି । ଉନ୍ନତ ଭିତ୍ତିଭୁମି ନିର୍ମାଣ କରି ଅଭିଭାବକଙ୍କ ଠାରୁ ବହୁ ଅର୍ଥ ଆଦାୟ କରୁଛନ୍ତି । ତେବେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଯେତିକି ସୁବିଧା ସୁଯୋଗ ସରକାରଙ୍କ ଠାରୁ ପାଇଥାନ୍ତି ସେତିକି ସୁବିଧା ସରକାର ପରେ ପାଇନଥାନ୍ତି । ରାଜ୍ୟରେ ଥିବା ଘରୋଇ ସ୍କୁଲ ଲାଗି କୌଣସି ନିର୍ଦ୍ଦଷ୍ଟ ଫି’ ବ୍ୟବସ୍ଥା ନଥିବାରୁ ନାମଲେଖା ବାବଦରେ ବିଭିନ୍ନ ବ୍ୟବସ୍ଥା ଦର୍ଶାଇ ପିଲାଙ୍କ ଠାରୁ ଟଙ୍କା ଆଦାୟ ହୋଇଥାଏ ।

ଫଳରେ ଘରୋଇ ସ୍କୁଲରେ ଗରୀବ ପିଲାଟିଏ ପଢ଼ିବା ଅସମ୍ଭବ ହୋଇପଡ଼ିଥାଏ । ତେଣୁ ଘରୋଇ ସ୍କୁଲରେ ଗରୀବ ପିଲାଙ୍କ ଲାଗି ୨୫% ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଏହି ବ୍ୟବସ୍ଥା ୨୦୨୨ରୁ ଲାଗୁ କରିବାକୁ ଯଦିଓ ନିଷ୍ପତ୍ତି ହୋଇଥିଲା କରୋନା ଲାଗି ରାଜ୍ୟରେ ସ୍କୁଲ ବନ୍ଦ ରହିଥିବାରୁ ତାହା ଲାଗୁ କରାଯାଇନଥିଲା । ଚଳିତବର୍ଷ ଠାରୁ ଏହି ବ୍ୟବସ୍ଥାରେ ରାଜ୍ୟର ଘରୋଇ ସ୍କୁଲରେ ୨୫% କୋଟା ପୂରଣ କରାଯିବ । ଏପରିକି ୨୫% ସିଟ୍‌ରେ ଗରୀବ ପିଲାଙ୍କୁ ନାମଲେଖାଇବାର ସୁଯୋଗ ନଦେଲେ ସମ୍ପୃକ୍ତ ସ୍କୁଲକୁ ଏନ୍‌ଓସି ମିଳିବ ନାହିଁ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking