34.1 C
Bhubaneswar
Friday, March 29, 2024
Homeସାଧାରଣତନ୍ତ୍ର ଦିବସ -2023ଗଣତନ୍ତ୍ର ଦିବସ ପରେଡ୍‌ରେ କେବଳ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର: ୧୦୫ ଏମ୍‌ଏମ୍ ଇଣ୍ଡିଆନ୍ ଫିଲ୍ଡ ଗନ୍‌ରେ ୨୧...

ଗଣତନ୍ତ୍ର ଦିବସ ପରେଡ୍‌ରେ କେବଳ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର: ୧୦୫ ଏମ୍‌ଏମ୍ ଇଣ୍ଡିଆନ୍ ଫିଲ୍ଡ ଗନ୍‌ରେ ୨୧ ତୋପ ସଲାମୀ

ନୂଆଦିଲ୍ଲୀ: ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍‌ରେ କେବଳ ମେଡ୍ ଇନ୍ ଇଣ୍ଡିଆ ଅର୍ଥାତ୍ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ହେବ । ଏପରିକି ଗୁଳିଗୋଳା ମଧ୍ୟ ସ୍ୱଦେଶୀ ହେବ । ପ୍ରଥମ ଥର ପାଇଁ ଭାରତରେ ନିର୍ମିତ ୧୦୫ ଏମ୍‌ଏମ୍ ଫିଲ୍ଡ ଗନ୍‌ରୁ ୨୧ ତୋପ ସଲାମୀ ଦିଆଯିବ । ନୂଆ ଭାବେ ନିଯୁକ୍ତି ପାଇଥିବା ଅଗ୍ନିବୀର ମଧ୍ୟ ପରେଡ୍‌ର ଅଂଶ ଗ୍ରହଣ କରିବେ । ସେହିପରି ବିଏସ୍‌ଏଫ୍ କ୍ୟାମେଲ୍ କଣ୍ଟିଜେଣ୍ଟ୍‌ରେ ମହିଳା ସୈନିକ ଭାଗନେବାକୁ ଥିବାବେଳେ ନୌସେନା କଣ୍ଟିଜେଣ୍ଟ୍‌ର ୧୪୪ ସୈନିକଙ୍କ ନେତୃତ୍ୱ ମଧ୍ୟ ମହିଳା ଅଧିକାରୀ କରିବେ । ଦିଲ୍ଲୀ ଏରିୟା ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ୍ ଭାବିଶ କୁମାର କହିଛନ୍ତି, ‘ଆତ୍ମନିର୍ଭର ଭାରତ’ ଅଧୀନରେ ସେନା କେତେକ ସ୍ୱଦେଶୀ ଯନ୍ତ୍ରାଂଶର ପ୍ରଦର୍ଶନ କରିବ । ଏହି ପରେଡ୍‌ରେ କେ-୯ ବଜ୍ର ହାଭିଟ୍‌ଜର୍ସ, ଏମ୍‌ବିଟି ଅର୍ଜୁନ, ନାଗ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍‌, ବ୍ରହ୍ମୋସ୍ ସୁପର୍‌ସୋନିକ୍ କ୍ରୁଜ୍ ମିସାଇଲ୍‌, ଆକାଶ ଏୟାର୍ ଡିଫେନ୍ସ ମିସାଇଲ୍ ଏବଂ କ୍ୱିକ୍ ରିଆକ୍ଟସନ୍ ଫାଇଟିଂ ହ୍ୱିକଲ୍ ସାମିଲ ହେବ । ଦେଶରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡ ମଧ୍ୟ ଏୟାର୍‌ଫୋର୍ସ ଫ୍ଲାଇପାଷ୍ଟ୍‌ର ଅଂଶବିଶେଷ ହେବ ବୋଲି ସେ କହିଛନ୍ତି । ସେହିପରି ଆଡ୍‌ଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଧ୍ରୁବ ଏବଂ ରୁଦ୍ର ମଧ୍ୟ ପ୍ରଦର୍ଶନୀରେ ଭାଗନେବେ ।

ପ୍ରଚଣ୍ଡ ଫର୍ମେସନ୍‌ରେ ଏକ ଲାଇଟ୍ କମ୍ବାଟ୍ ହେଲିକପ୍ଟର ନେତୃତ୍ୱ କରିବାକୁ ଥିବାବେଳେ ଦୁଇଟି ଆପାଚି ହେଲିକପ୍ଟର ଏବଂ ଦୁଇଟି ଆଡ୍‌ଭାନ୍ସଡ୍ ହେଲିକପ୍ଟର ଏମ୍‌କେ-ଆଇଭି ଏୟାର୍‌କ୍ରାଫ୍ଟ ଏହା ପଛରେ ‘ତୀର’ ଫର୍ମେସନ୍‌ରେ ରହିବେ । ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍‌ରେ ସେନାର ୬୧ କାଭେଲାରୀର ମାଉଣ୍ଟେଡ୍ କମ୍ପାନୀ, ୯ ମେକାନାଇଜ୍‌ଡ କମ୍ପାନୀ, ୬ ମାର୍ଚ୍ଚି କଣ୍ଟିଜେଣ୍ଟ୍ ଏବଂ ଆର୍ମି ଆଭିଏସନ୍‌ର ହେଲିକପ୍ଟର୍ ଫ୍ଲାଇପାଷ୍ଟ୍‌ରେ ପ୍ରତିନିଧିତ୍ୱ କରିବେ ବୋଲି ଭାରତୀୟ ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି । ୩ ପରମବୀର ଚକ୍ର ଏବଂ ୩ ଅଶୋକ ଚକ୍ର ବିଜେତା ମଧ୍ୟ ପରେଡ୍‌ରେ ଭାଗନେବେ । ସଶସ୍ତ୍ର ବଳ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ, ଦିଲ୍ଲୀ ପୁଲିସ, ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ପାଇପ୍ସ ଆଣ୍ଡ୍ ଡ୍ରମ୍ସ ବ୍ୟାଣ୍ଡ୍ ପକ୍ଷରୁ ୧୬ ମାର୍ଚ୍ଚିଂ ଦଳ ପରେଡ୍‌ରେ ସାମିଲ ହେବେ । ଚଳିତ ବର୍ଷ ଡିଆର୍‌ଡିଓ ପକ୍ଷରୁ ‘ସିକ୍ୟୋରିଙ୍ଗ୍ ନେସନ୍ ୱିଦ୍ ଇଫେକ୍ଟିଭ୍ ସର୍ଭିଲାନ୍ସ, କମ୍ୟୁନିକେସନ୍ ଆଣ୍ଡ୍ ନ୍ୟୁଟ୍ରାଲାଇଜିଂ ଥ୍ରେଟ୍‌’ ନାମରେ ପ୍ରଜ୍ଞାପନ ମେଢ଼ ସହିତ ମୋଟ ୨୭ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯିବ । ସମ୍ମିଳିତ ପରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking