28.1 C
Bhubaneswar
Saturday, July 19, 2025
Homeଓଡିଶା- ଶବ ନେଇ ଆସିଥିବା ଆମ୍ବୁଲାନ୍ସ ଅଟକରଖି ପୁନଃର୍ବାର ବ୍ୟବଚ୍ଛେଦ ଦାବିରେ ରାସ୍ତା ଅବରୋଧ

– ଶବ ନେଇ ଆସିଥିବା ଆମ୍ବୁଲାନ୍ସ ଅଟକରଖି ପୁନଃର୍ବାର ବ୍ୟବଚ୍ଛେଦ ଦାବିରେ ରାସ୍ତା ଅବରୋଧ

 

ମୟୂରଭଞ୍ଜ: ବାରିପଦା-ଉଦଳା ରାସ୍ତାକୁ ଟିକରପଡ଼ା ଠାରେ ଅବରୋଧ କଲେ ଗ୍ରାମବାସୀ। ଗାଡ଼ି ଚଳାଚଳ ଠପ। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିମଟର ଅଟକ ଯୋଗୁଁ ସୃଷ୍ଟି ହୋଇଛି ନାହିଁନଥିବା ଅସୁବିଧା। ତେବେ ମୃତଦେହ ଛାଡିବାକୁ ଆସି ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେଲେ ଆମ୍ବୁଲାନ୍ସ କର୍ମଚାରୀ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ନୁରୁଡ଼ି (ଟିକରପଡ଼ା) ଛକ ଠାରେ। ମିଳୁଥିବା ସୂଚନା ଅନୁଯାୟୀ ଟିକରପଡା ଗ୍ରାମର ସୋମନାଥ (ଟିକି)ମହାନ୍ତ ଗତ 06 ମାସ ହେବ ବାରିପଦା ସହର ସ୍ଥିତ ତକତପୁର ଅଂଚଳରେ ଥିବା
‘ସୋନା ପ୍ଲାଷ୍ଟିକ’ ସଂସ୍ଥା ମାରଫତରେ ଗୁଜୁରାଟକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ଗତ ଶନିବାରଦିନ ସୋମନାଥ ପରିବାର ସହ ମୋବାଇଲ୍ ରେ କଥାବାର୍ତା ମଧ୍ୟ କରିଥିଲେ। କିନ୍ତୁ ଗତକାଲି ହଠାତ କମ୍ପାନୀ ପକ୍ଷରୁ ସୋମନାଥ(ଟିକି)ର ମୃତ୍ୟୁ ହୋଇଯାଇଥିବା ସୂଚନା ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ। ହେଲେ ମୃତ୍ୟୁର କାରଣ ସ୍ପଷ୍ଟ କରି ପାରିନଥିଲେ। ଯାହାକୁନେଇ ପାରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଏଘଟଣାକୁ ଗ୍ରାମର ଲୋକମାନେ ମଧ୍ୟ ସହଜରେ ଗ୍ରହଣ କରି ପାରିନଥିଲେ। ଯାହାକୁନେଇ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା। ଅନ୍ୟପଟେ ଆଜି ସନ୍ଧ୍ୟା ସମୟରେ ଆମ୍ବୁଲାନ୍ସ ସୋମନାଥ(ଟିକି)ର ମୃତଦେହ ନେଇ ଆସିଥିବା ବେଳେ ପରିବାର ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ଆମ୍ବୁଲାନ୍ସକୁ ନୁରୁଡି ଛକ ନିକଟରେ ଅଟକ ରଖି ବାରିପଦା- ଉଦଳା ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ ଉଦଳା – ବାରିପଦା ରାସ୍ତାର ଉଭୟପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡି ମଟର ଅଟକ ରହିଛି। ରାସ୍ତା ଅବରୋଧ କରି ମୃତଦେହ ଆଉଥରେ ବ୍ୟବଚ୍ଛେଦ କରାଯାଇ କେଉଁ କାରଣରୁ ସୋମନାଥ (ଟିକି)ର ମୃତ୍ୟୁ ଘଟିଲା ତାର ତଦନ୍ତ ଦାବି କରିଛନ୍ତି ପରିବାର ଲୋକଙ୍କ ସହ ଗ୍ରାମବାସୀ। ତେବେ ଖବରପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରି ବୁଝାଶୁଝା କରିବାକୁ ଉଦ୍ୟମଜାରୀ ରଖିଛି। ଅନ୍ୟପଟେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅବରୋଧଜାରୀ ରହିବ ବୋଲି କହିଛନ୍ତି ମୃତକର ଭାଇ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking