26.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗଆନ୍ଦୋଳନକାରି କୃଷକ ମାନଙ୍କ ଗଣ ଉପବାସ କୁ ସମର୍ଥନ କରି ଆଇ ଏନ ଟି ୟୁ...

ଆନ୍ଦୋଳନକାରି କୃଷକ ମାନଙ୍କ ଗଣ ଉପବାସ କୁ ସମର୍ଥନ କରି ଆଇ ଏନ ଟି ୟୁ ସି ଓ ସି ଆଇ ଟି ୟୁ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ

ବ୍ୟାସନଗର -ଆଜି ତା 14.12.2020 ଦିଲ୍ଲୀର ସୀମାବର୍ତୀ ଅଞ୍ଚଳ ରେ  ଲକ୍ଷ୍ୟାଧିକ କୃଷକ 19ଦିନ ଧରି ଚାଲି ଥିବା ଆନ୍ଦୋଳନ ଓ ଆଜିର ଗଣ ଉପବାସ କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସମର୍ଥନ କରି ଆଇ ଏନ ଟି ୟୁ ସି ଓ ସି ଆଇ ଟି ୟୁ ଓ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଓ ସି ପି ଏମ ପକ୍ଷରୁ ମିଳିତ ଭାବେ ଆଜି ଆଇ ଏନ ଟି ୟୁ ସି କାର୍ଯ୍ୟାଳୟ ଠାରୁ ଚାଷୀ ମାନଙ୍କୁ ନେଇ ଟ୍ରାକ୍ଟର, ମୋଟର ସାଇକେଲ ସୁସଜ୍ଜିତ ଶୋଭାଯାତ୍ରା ରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଓ ପ୍ରଫୁଲ୍ଲ ନାୟକ ଙ୍କ ନେତୃତ୍ୱ ରେ ବାହାରି ଗୋପବନ୍ଧୁ ଛକ ଠାରେ ଏକତ୍ରିତ ହୋଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରତିବାଦ ସଭା ଆୟୋଜିତ କରାଯାଇଥିଲା l ଏହି ସଭାରେ ଶ୍ରୀ ମହାନ୍ତି ଙ୍କ ଅଧକ୍ଷ୍ୟତା କରି କହିଲେ କି 19 ଦିନ ଧରି ଚାଷୀ ମାନଙ୍କ ଆନ୍ଦୋଳନ ଓ ସେମାନଙ୍କ ଦାବିକୁ କେନ୍ଦ୍ର ସରକାର ସମାଧାନ କରିବା ପରିବର୍ତ୍ତେ ଚାଷୀ ଆନ୍ଦୋଳନ କୁ ଭଣ୍ଡୁର କରିବା କୌଶଳ ଅବଲମ୍ବନ କରିଛନ୍ତି l ଏହା ବିରୋଧରେ ଦୁର୍ବାର ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ କରିଥିଲେ l ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ଉପ ସଭାପତି ନାରାୟଣ ଚନ୍ଦ୍ର ନାୟକ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ କୃଷି ସଂଯୋଜକ ବିଜୟ କୁମାର ବୋଇତାଇ, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସମ୍ପାଦକ ପରମାନନ୍ଦ ସେଠୀ,ଜିଲ୍ଲା ଉପ ସଭାପତି ଜଗବନ୍ଧୁ ନାୟକ, ବ୍ୟାସନଗର ସଭାପତି ଅଜୟ କୁମାର ସାହୁ, କୋରେଇ ବ୍ଲକ ସଭାପତି ଅଜୟ ଦାସ, ସମ୍ପାଦକ ସେକ ଆତାର ଉଦ୍ଦିନ, ସତ୍ୟ ପ୍ରକାଶ କୁଅଁର, ଦାନଗଦି ସଭାପତି ପ୍ରସନ୍ନ ରାଉତ,ମହେନ୍ଦ୍ର ମହାପାତ୍ର, ଜେମାମଣୀ କୁଅଁର, ଶତ୍ରୁଘନ ମଳିକ, ଅଭିନ୍ନ ମଳିକ, ଚନ୍ଦ୍ରମଣି ପାତ୍ର, ସି ଆଇ ଟି ୟୁ ଲାଳମଣୀ ମୁଣ୍ଡା ମହେଶ୍ୱର ବାନ୍ଦୀଆ, ରବି ହେମ୍ବ୍ରମ,ପାଚିକା ସଙ୍ଘ ର ବେବିନା ଜେନା,ଲିଲି ମହାନ୍ତି, ସଞ୍ଜୁଲତା ବାରିକ, ମାଳତୀ ଟୁଡୁ, ପଦ୍ମାବତୀ କିସକୁ, ବିଜୟ ଲକ୍ଷ୍ମୀ ମହାନ୍ତି, ଶାନ୍ତି ମହାକୁଡ଼,ତିଳୋତମା ନାୟକ, ଚନ୍ଦନ ପ୍ରଧାନ, ରାମ ଟୁଡୁ, ସନ୍ତୋଷ ବରାଳ ପ୍ରମୁଖ କେନ୍ଦ୍ର ସରକାର ଙ୍କ କୃଷକ ବିରୋଧୀ ପଦକ୍ଷେପ ନେଇ ଅନ୍ୟାୟ ଭାବରେ କୃଷକ ନେତା ମାନଙ୍କୁ ଗିରଫ କରିବା ଓ ମହାମାରୀ କରୋନା ଆଳରେ ସଂସଦ ରେ ବିତର୍କ ନ କରି ଏକ ଅଧ୍ୟାଦେଶ ଜରିଆରେ ଆଦାନୀ, ଅମ୍ବାନୀ ଶିଳ୍ପ ପତି ମାନଙ୍କ ପ୍ରରୋଚ୍ଚନା ରେ ଅତ୍ୟାଵଶ୍ୟକୀୟ ଆଇନ 1955 କୁ ପରିବର୍ତ୍ତନ କରି ଘରୋଇ ଷ୍ଟୋରେଜ କୁ ଅନୁମତି ଦେବା, ଏମ ଏସ ପି  କୁ ଆଇନ ରେ ପରିଣତ କରିବା ତଥା ତୁରନ୍ତ କୃଷି ଆଇନ ପ୍ରତ୍ୟାହାର କରି ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ଜରିଆରେ ଏହାକୁ ଆଲୋଚନା ନ କଲେ ଦେଶ ତମାମ ଏ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି !ଶେଷରେ ଦେଶର ମହାମହିମ ରାଷ୍ଟ୍ରପତି ଙ୍କ ମର୍ମରେ ଦାବିପତ୍ର ଏ ଡି ଏମ ଙ୍କୁ ପ୍ରଦାନ କରାଯାଇଅଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking