28.1 C
Bhubaneswar
Monday, May 13, 2024
Homeଦେଶ ବିଦେଶସୁକିନ୍ଦା ବ୍ଲକ ସମ୍ମୁଖରେ ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ )ପକ୍ଷରୁ ଗଣବିକ୍ଷୋଭ

ସୁକିନ୍ଦା ବ୍ଲକ ସମ୍ମୁଖରେ ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ )ପକ୍ଷରୁ ଗଣବିକ୍ଷୋଭ

ଯାଜପୁର : ସୁକିନ୍ଦା -ଜନ ଜୀବନର ଜ୍ୱଳନ୍ତ ସମସ୍ୟା ସମାଧାନ ଦାବିରେ ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ )ଓଡିଶା ରାଜ୍ୟ କମିଟି ଆହ୍ୱାନରେ ୧ରୁ ୭ ନଭେମ୍ବର ଦାବି ସପ୍ତାହ ଅବସରରେ ଆଜି ସୁକିନ୍ଦା ଲୋକାଲ କମିଟି ଉଦ୍ୟୋଗରେ ସୁକିନ୍ଦା ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ରର ଆକାଶଛୁଆଁ ଦରବୃଦ୍ଧିକୁ ବନ୍ଦ କରିବା, ସ୍ଥାନୀୟ ବେକାର ମାନଙ୍କୁ କଳିଙ୍ଗନଗରସ୍ଥ କାରଖାନା ଅବା ସୁକିନ୍ଦା ଖଣି ଉପତ୍ୟକାରେ ନିଯୁକ୍ତି ଦେବା, ବର୍ଷ ବର୍ଷ ଧରି ଚାଷବାସ କରି ରହିଆସୁଥିବା ଜମିକୁ ବିନା ସାଲାମିରେ ପଟ୍ଟା ଦେବା, କଲରଙ୍ଗୀ ଖଣିକୁ ତୁରନ୍ତ ଖୋଲି ଶ୍ରମିକ ମାନଙ୍କୁ କାମ ଦେବା, ଡ଼ୁବୁରୀଠାରେ ୧୦୦ଶଯ୍ୟା ବିଶିଷ୍ଟ ଇ.ଏସ.ଆଇ ହସ୍ପିଟାଲ ଖୋଲିବା, ଦୀର୍ଘ ଦିନ ଧରି ଜଙ୍ଗଲ ଜମିରେ ରହି ଆସୁଥିବା ଆଦିବାସୀ ପରିବାର ଗୁଡିକୁ ଜଙ୍ଗଲ ଜମିରେ ପଟ୍ଟା ଯୋଗାଇ ଦେବା, ବନ୍ଦ ହୋଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଅବିଳମ୍ବେ ଖୋଲିବା ଆଦି ୧୦ଦଫା ଦାବିରେ ବିକ୍ଷୋଭକାରୀ ମାନେ ସ୍ଥାନୀୟ ରଥଚ୍ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ସମ୍ମିଳିତ ହୋଇ ପ୍ରତିବାଦ ସଭା କରିଥିଲେ । ଜିଲ୍ଲା କମିଟିସଭ୍ୟ ନୃସିଂହ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାକମିଟି ସଭ୍ୟ ଶରତ ବାରିକ, ଶ୍ରମିକ ନେତା ରାଜକିଶୋର ମହାନ୍ତ, ନାରୀ ନେତ୍ରୀ ଲିଲି ମହାନ୍ତ, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସରକାରଙ୍କ ସୁକିନ୍ଦା ପ୍ରତି ଉଦାସୀନତାର ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟକମିଟି ସଭ୍ୟ ସୁରେଶ ପ୍ରଧାନ ସରକାରଙ୍କ ଜନବିରୋଧୀ ନୀତିର ସମାଲୋଚନା କରି କହିଲେ କି ଶିକ୍ଷା ସ୍ଵାଥ୍ୟ କ୍ଷେତ୍ରରେ ଅନଗ୍ରସରତା ସହ ସାମାଜିକ ଆର୍ଥିକ କ୍ଷେତ୍ରରେ ଭୟଙ୍କର ଦୁର୍ଗତି ସୁକିନ୍ଦାକୁ ବହୁ ପଛକୁ ନେଇ ଯାଇଛି । ଖଣି ଉପତ୍ୟକା ଅଥବା କାରଖାନା ନିକଟସ୍ଥ ଗାଁ ଗୁଡିକର ଯୁବକ ଯୁବତୀ ମାନେ କାମ ଖଣ୍ଡିଏ ପାଇଁ ବାର ଓଳି ଶୁଣ୍ଡି ପିଣ୍ଡା ହେଉଛନ୍ତି । ହେଲେ ବି କାମ ନାହିଁ । ଏହାର ଆସୁ ସମାଧାନ ପାଇଁ ସରକାର ଆଗେଇ ନଆସିଲେ ପରିସ୍ଥିତି ଯେ ଅଣା ୟତ ନହେବ କହି ହେବ ନାହିଁ । କଲରଙ୍ଗୀ କ୍ରୋମାଇଟ ଖଣି, ଟମକା ଲୁହା ପଥର ଖଣି, ମେସ୍କୋ କାରଖାନା ଇତ୍ୟାଦି ବନ୍ଦ ହୋଇ ପଡିଛି । ସୁକିନ୍ଦା ବାସି ଙ୍କ କଲ୍ୟାଣରେ ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରନଗଲେ ଦୁର୍ବାର ଗଣ ଆନ୍ଦୋଳନ ହେବବୋଲି ବକ୍ତାମାନେ ଚେତା ବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking