31.1 C
Bhubaneswar
Sunday, September 13, 2026
Homeଅପରାଧଏକତରଫା ପ୍ରେମକୁ ବିରୋଧ: ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳ ପ୍ରେମୀ

ଏକତରଫା ପ୍ରେମକୁ ବିରୋଧ: ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳ ପ୍ରେମୀ

ଭୁବନେଶ୍ଵର: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳ ପ୍ରେମୀ। ଖଣ୍ଡଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ମୃତକ ଜଗା ମଲ୍ଲିକ ବୋଲି ଜଣାପଡିଛି। ଏ ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଥିବାବେଳେ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ ଜଗାଙ୍କ ଝିଆରୀକୁ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଏକତରଫା ପ୍ରେମ କରୁଥିଲା। ଯାହାକୁ ବିରୋଧ କରିଥିଲେ ଜଗା। ତେଣୁ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ବିଭତ୍ସ ଭାବରେ ହତ୍ୟା କରିଥିବା ପୁଲିସ୍ କହିଛି। ବୁଧବାର ରାତି ୧୨ଟା ବେଳେ ଜଗା ଘରକୁ ଫେରୁଥିବାବେଳେ ଯୁବକ ଜଣକ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking