17.7 C
Bhubaneswar
Friday, December 27, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀର ପ୍ରତିବାଦ: ଆଜି ବିଜେପିର ସାରା ଦେଶରେ ବିରୋଧ ପ୍ରଦର୍ଶନ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀର ପ୍ରତିବାଦ: ଆଜି ବିଜେପିର ସାରା ଦେଶରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକ୍ ବିଦେଶ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋଙ୍କ ଲଜ୍ଜା ଏବଂ ଆପତ୍ତିଜନକ ଟିପ୍ପଣୀର ବିଜେପି ଜୋର୍‌ଦାର ପ୍ରତିବାଦ କରିଛି । ପାର୍ଟିର ନେତାମାନେ ଏ ନେଇ ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ପାର୍ଟି ଏହା ବିରୋଧରେ ଆସନ୍ତାକାଲି ସାରା ଦେଶରେ ବିରୋଧ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଛି । ପାର୍ଟି ପକ୍ଷରୁ ଶନିବାର ସମସ୍ତ ରାଜ୍ୟର ରାଜଧାନୀରେ ବିରୋଧ ପ୍ରଦର୍ଶନ କରାଯିବା ସହିତ କର୍ମକର୍ତ୍ତା ପାକିସ୍ତାନ ଏବଂ ସେଠାକାର ବିଦେଶ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି ନିଷ୍ପତ୍ତି ନେଇଛି । ବିଜେପି ପକ୍ଷରୁ କୁହାଯାଇଛି, ପାକ୍ ବିଦେଶ ମନ୍ତ୍ରୀଙ୍କ ଟିପ୍ପଣୀ ଲଜ୍ଜାଜନକ, ଅତ୍ୟନ୍ତ ଅପମାନଜନକ ଏବଂ ଭୀରୁତାପୂର୍ଣ୍ଣ । ଏ ବୟାନ କେବଳ କ୍ଷମତାରେ ତିଷ୍ଠି ରହିବା ଏବଂ ସରକାର ବଞ୍ଚାଇବା ପାଇଁ ଦିଆଯାଇଛି ।

ତାଙ୍କର ଏହି ବୟାନ ସାରା ବିଶ୍ୱକୁ ଭ୍ରମିତ କରିବା ଏବଂ ହ୍ରାସ ପାଉଥିବା ପାକିସ୍ତାନ ଅର୍ଥବ୍ୟବସ୍ଥା ଉପରୁ ବିଶ୍ୱର ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ । ଦେଶରେ ଅରାଜକତା ଏବଂ ସେନାରେ ମତଭେଦ ଲାଗିରହିଥିବା ବେଳେ ଆତଙ୍କବାଦୀଙ୍କ ଅଭୟାରଣ୍ୟ ପାଲଟିଥିବା ପାକିସ୍ତାନର ବିଦେଶ ମନ୍ତ୍ରୀଙ୍କ ଠାରୁ ଆଉ କ’ଣ ଆଶା କରାଯାଇପାରେ ବୋଲି ପାର୍ଟି କହିଛି । ତାଙ୍କର ଏହି ଚିନ୍ତାଧାରା ତାଙ୍କ ସରକାରର ହତାଶା ଏବଂ ମାନସିକ ଦେବାଳିଆପଣକୁ ଦର୍ଶାଉଛି । ବିଜେପି ପକ୍ଷରୁ ଏକ ବୟାନରେ କୁହାଯାଇଛି, ଗୋଟିଏ ପଟେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଗ୍ଲୋବାଲ୍ ମଞ୍ଚରେ ନିଜର ଅବିସ୍ମରଣୀୟ ଛାପ ଛାଡ଼ୁଥିôବା ବେଳେ ଅନ୍ୟପଟେ ପାକିସ୍ତାନ, ଯାହାକୁ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଉପହାସ ଏବଂ ଅପମାନର ସାମ୍ନା କରିବାକୁ ପଡ଼ୁଛି । ଭାରତର ବିଦେଶ ନୀତିର ବିଶ୍ୱ ସ୍ତରରେ ପ୍ରଶଂସା କରାଯାଉଥିବା ବେଳେ ପାକିସ୍ତାନକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking