37.1 C
Bhubaneswar
Saturday, May 18, 2024
Homeଅପରାଧଭାଉଜଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲା, ହତ୍ୟାକାରୀକୁ ମିଳିଲା ୧୦ ବର୍ଷ ସଜ୍ଜା

ଭାଉଜଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲା, ହତ୍ୟାକାରୀକୁ ମିଳିଲା ୧୦ ବର୍ଷ ସଜ୍ଜା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟ୍ଟନାୟକ ଶୁକ୍ରବାର ୨୦୧୭ର ଏକ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଖଟାଙ୍ଗ ଗାଁର ସୁନୀଳ ଲାକ୍ରାକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ ଆଦେଶ କରିଛନ୍ତି । ୨୦୧୭ ମେ ୧୬ରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଖଟାଙ୍ଗ ତଳସାହି ଗ୍ରାମରେ ଘଟଣାଟି ଘଟିଥିଲା । ଅପରାଧୀ ସୁନୀଲ ପୂର୍ବ ଜମି ବିବାଦ ଶତ୍ରୁତାକୁ ନେଇ ଘରେ କେହି ନ ଥିବା ସମୟରେ ନିଜ ଭାଉଜ ସେରାନି ଲାକ୍ରାଙ୍କୁ ଘରେ ଶୋଇଥିବା ସମୟରେ କାଠ ଫାଳିଆରେ ଆକ୍ରମଣ କରିଥିଲା । ଆକ୍ରମଣରେ ଭାଉଜଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଓ ସେ ତଳେ ପଡ଼ି ଯାଇଥିଲେ । ଏହା ପରେ ଅପରାଧୀ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ସେରାନିଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସୁଶାନୀ କେର୍କେଟାଙ୍କ ଏତଲାକ୍ରମେ ରାଜଗାଙ୍ଗପୁର ଥାନା ଅତିରିକ୍ତ ଥାନା ଅଧିକାରୀ ସସ୍ମିତା ମହନ୍ତ ଏକ ହତ୍ୟା ମାମଲା ରୁଜୁ କରି ସୁନୀଳକୁ ଗିରଫ କରିଥିଲେ । ପୁଲିସର ରିପୋର୍ଟ, ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ଼ ଯୁକ୍ତି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ରାୟ ଶୁଣାଇଥିଲେ । ମାମଲାକୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking