27.1 C
Bhubaneswar
Saturday, July 27, 2024
Homeଅପରାଧଯୁବତୀଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ ପରେ ଗଣଦୁଷ୍କର୍ମ

ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ ପରେ ଗଣଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଗ୍ରାରେ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ଗଣଦୁଷ୍କର୍ମ କରାଯାଇଛି । ପୀଡିତା ବିରୋଧ କରିବାରୁ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମଧ୍ୟ ମରାଯାଇଛି । ଶନିବାର ରାତିରେ ପୋଲିସ ପୀଡିତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଜଘନ୍ୟ ଘଟଣାରେ ୪ ଜଣ ଯୁବକ ଗିରଫ ହୋଇଥିବା ବେଳେ ଜଣେ ଫେରାର୍ ରହିଛି । ଅଭିଯୁକ୍ତମାନେ ପୀଡିତାଙ୍କ ସହକର୍ମୀ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପୀଡ଼ିତା ଆଗ୍ରାର ଏକ ହୋଟେଲ ଦେଢ଼ ବର୍ଷ ହେଲା କାମ କରୁଥିଲେ । ଏହି ସମୟରେ ୫ ଜଣ ସହକର୍ମୀ ତାଙ୍କର ଏକ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓକୁ ଭାଇରାଲ କରିଦେବାର ବ୍ଲାକ୍ମେଲ୍ କରି ସେମାନେ ଅନେକ ଦିନ ହେଲା ଯୁବତୀଙ୍କୁ ଉତ୍ପୀଡନ ଦେଇଆସୁଥିଲେ । ଶନିବାର ରାତିରେ ମଧ୍ୟ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ । ଏହାପରେ ଅଭିଯୁକ୍ତମାନେ ପ୍ରଥମେ ଯୁବତୀଙ୍କୁ ଜୋର ଜବରଦସ୍ତ ମଦ ପିଆଇ ଥିଲେ ।

ପରେ ଜଣକ ପରେ ଜଣେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଯୁବତୀ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ଖୁବ୍ ମାଡ଼ ଦେଇଥିଲେ । ସେ ଚିତ୍କାର କରି ସାହାଯ୍ୟ ମାଗିଥିଲେ ହେଁ କେହି ଶୁଣିନଥିଲେ । ଏନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ହୋଟେଲ ରୁମରେ ପହଞ୍ଚିଥିଲା । ସେଠାରେ ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା । ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ପୋଲିସ ଜିତେନ୍ଦ୍ର ରାଠୌର, ରବି ରାଠୌର, ମନୀଷ କୁମାର, ଦେବ କିଶୋର ନାମକ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ବର୍ତ୍ତମାନ ପୀଡ଼ିତା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପୋଲିସ ତାଙ୍କର ପରିଜନକୁ ଏ ସମ୍ପର୍କରେ ସୂଚନା ଦେଇଛି । ଏନେଇ ସିଟି ଡିଏସପି ସୁରଜ ରାୟ କହିଛନ୍ତି ଯେ, ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲ ନିଆଯାଇଛି । ତାଙ୍କର ଡାକ୍ତରୀ ମାଇନା କରାଯାଉଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking