30.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶପ୍ରିୟଙ୍କା କଂଗ୍ରେସକୁ ଦେଲେ ଜିତିବାର ଗୁରୁମନ୍ତ୍ର

ପ୍ରିୟଙ୍କା କଂଗ୍ରେସକୁ ଦେଲେ ଜିତିବାର ଗୁରୁମନ୍ତ୍ର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଚିତ୍ର ସ୍ପଷ୍ଟ ହୋଇଗଲାଣି । ଦୀର୍ଘ ୨୭ ବର୍ଷ ପରେ ବିଜେପି ସରକାର ଗଠନ କରିବ। ଭାରତୀୟ ରାଜନୀତିରେ ସକ୍ରିୟ ଥିବା ଆମ ଆଦମୀ ପାର୍ଟି ୧୦ ବର୍ଷ ପରେ କ୍ଷମତାରୁ ବାହାରେ । ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଜନସାଧାରଣ ବହୁତ ଅତିଷ୍ଠ ହୋଇପଡିଥିଲେ ।  ବରିଷ୍ଠ କଂଗ୍ରେସ ନେତା ନିର୍ବାଚନରେ ବିଜୟୀ ହୋଇଥିବା ଅଭିନ୍ଦନ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳର ନେତା ଏବଂ କର୍ମୀମାନଙ୍କୁ ବିଜୟ ପାଇଁ ଏକ ଚାରି-ସୂତ୍ରୀ ଫର୍ମୁଲା ମଧ୍ୟ ଦେଇଛନ୍ତି । କଂଗ୍ରେସ ଲଗାତାର ଭାବରେ ତୃତୀୟ ଥର ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ନିଜର ଖାତା ଖୋଲିପାରି ନାହିଁ ।ସେ କାହାର ନାମ ନ ନେଇ ଆମ ଆଦମୀ ପାର୍ଟିକୁ ସମାଲୋଚନା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ‘ଦିଲ୍ଲୀର ଲୋକମାନେ ନିଜର ପରିସ୍ଥିତି ଦେଖି ବ୍ୟଥିତ ହୋଇପଡିଥିଲେ । ମୋର ବିଶ୍ୱାସ ସେମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି । ନିର୍ବାଚନରେ ଜିତିଥିବା ଲୋକଙ୍କୁ ଅନେକ ଅନେକ ଅଭିନନ୍ଦନ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking