26.1 C
Bhubaneswar
Tuesday, September 23, 2025
Homeଦେଶ ବିଦେଶକଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ୍

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ୍

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ କରୋନା । କୋଭିଡ ପଜିଟିଭ୍ ହୋଇଥିବା ନେଇ ସୂଚନା ମିଳିଛି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ସେ ପୁଣିଥରେ କରୋନା ପଜିଟିଭ୍ ହୋଇଛନ୍ତି । ସେ କହିଥିଲେ ଯେ ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି । ସମସ୍ତ ପ୍ରୋଟୋକଲ ପାଳନ କରୁଛନ୍ତି । ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ଜୁନ୍ ୩ ରେ ସେ କରୋନା ପଜିଟିଭ୍ ହୋଇଥିଲେ । ତା’ପରେ ତାଙ୍କ ମା ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ହୋଇଥିଲା । ଏହା ପରେ ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ ଯେ ସାମାନ୍ୟ ଲକ୍ଷଣ ପରେ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking