34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଗଷ୍ଟ ୧୫ରେ ତ୍ରିରଙ୍ଗା ନୁହେଁ, ଶିଖ୍ ପତାକା ଉତ୍ତୋଳନ କର: ‘ଅକାଳୀ ଦଳ’ ସାଂସଦ

ଅଗଷ୍ଟ ୧୫ରେ ତ୍ରିରଙ୍ଗା ନୁହେଁ, ଶିଖ୍ ପତାକା ଉତ୍ତୋଳନ କର: ‘ଅକାଳୀ ଦଳ’ ସାଂସଦ

ଚଣ୍ଡୀଗଡ଼: ଅଗଷ୍ଟ ୧୫ରେ ତ୍ରିରଙ୍ଗା ନୁହେଁ, ଶିଖ୍ ପତାକା ଉତ୍ତୋଳନ କର ବୋଲି କେନ୍ଦ୍ର ସରକାରଙ୍କ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ବର୍ଜନ କରିବା ଲାଗି ଆହ୍ବାନ୍ ଦେଇ ‘ଶିରୋମଣି ଅକାଳୀ ଦଳ’ (ଅମୃତସର) ମୁଖ୍ୟ ସିମରନଜିତ୍ ସିଂହ ମାନ୍ କହି ବିବାଦ ଆରମ୍ଭ କରିଛନ୍ତି। ମଙ୍ଗଳବାର ଦିନ ଦେଇଥିବା ବାର୍ତ୍ତାରେ ସେ କହିଛନ୍ତି, ଅଗଷ୍ଟ ୧୪-୧୫ ତାରିଖ ଦିନ ଘରେ ଏବଂ ଅଫିସ୍ରେ ‘ନିଶାନ୍ ସାହିବ୍’ ଉତ୍ତୋଳନ କରିବା ଲାଗି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଆମ ଗହଣରେ ନ ଥିବା ଦୀପ୍ ସିଦ୍ଧୁ କହିଥିଲେ ଯେ, ଶିଖ୍ମାନେ ହେଉଛନ୍ତି ସ୍ବାଧୀନ ଏବଂ ଭିନ୍ନ ସମ୍ପ୍ରଦାୟର। ଭାରତୀୟ ସେନାକୁ ଏହି ବିଚ୍ଛିନ୍ନତାବାଦୀ ନେତା ‘ଶତ୍ରୁ’ ସେନା ବୋଲି ମଧ୍ୟ କହିଛନ୍ତି। ନିହତ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣେଲ୍ ସିଂହ ଭିନ୍ଦ୍ରେନ୍ୱାଲେ ଶତ୍ରୁ ସେନା ସହ ଲଢ଼େଇ କରି ସହିଦ ହୋଇଥିଲେ। ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ବିଷୟରେ ଏଭଳି ମନୋଭାବ ପୋଷଣ କରିଥିବାରୁ ‘ଶିରୋମଣି ଅକାଳୀ ଦଳ’ ନେତାମାନେ ତୀବ୍ର ସମାଲୋଚିତ ହୋଇଛନ୍ତି। ‘ଆପ୍’ ମୁଖପାତ୍ର ମଲୱିନ୍ଦର୍ ସିଂହ କାଙ୍ଗ୍ ‘ଶିରୋମଣି ଅକାଳୀ ଦଳ’ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଏହି ଅଭିଯାନକୁ ବର୍ଜନ କରି ସେମାନେ ସେମାନଙ୍କର ବାସ୍ତବ ଚରିତ୍ର ପ୍ରଦର୍ଶନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking