27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିଜେପି ସାଂସଦ ବିଧୁରିଙ୍କୁ ସ୍ୱାଧିକାର କମିଟି ସମନ୍‌; ଡିସେମ୍ବର ୭ରେ ହାଜର ନିର୍ଦ୍ଦେଶ

ବିଜେପି ସାଂସଦ ବିଧୁରିଙ୍କୁ ସ୍ୱାଧିକାର କମିଟି ସମନ୍‌; ଡିସେମ୍ବର ୭ରେ ହାଜର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଗୃହରେ ପ୍ରତିପକ୍ଷ ସଦସ୍ୟଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଲୋକସଭା ସ୍ୱାଧିକାର କମିଟି ପକ୍ଷରୁ ବିଜେପି ସାଂସଦ ରମେଶ ବିଧୁରିଙ୍କୁ ସମନ୍ ଜାରି କରାଯାଇଛି । ଡିସେମ୍ବର ୭ରେ କମିଟି ଆଗରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ ମୌଖିକ ପ୍ରମାଣ ଉପସ୍ଥାପନ କରିବାକୁ ଉକ୍ତ ଦିନ ହାଜର ହେବାକୁ ବିଏସ୍‌ପି ସାଂସଦ ଡାନିସ୍ ଅଲ୍ଲୀଙ୍କୁ ମଧ୍ୟ ନିର୍ଦ୍ଦେଶ ମିଳିଛି ।

ପୂର୍ବରୁ ସମନ୍ ଜାରି କରାଯାଇଥିଲେ ସୁଦ୍ଧା ବିଧୁରି କମିଟିରେ ହାଜର ହୋଇନଥିଲେ । ଗତ ସେପ୍ଟେମ୍ବରରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଚାଲିଥିବାବେଳେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଲୋକସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ ଡାନିସ୍‌ଙ୍କ ବିରୋଧରେ ବିଧୁରି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଅଭିଯୋଗ ହେବାପରେ ବାଚସ୍ପତି ଓମ୍ ବିର୍ଲା ଏହି ମାମଲା ସ୍ୱାଧିକାର କମିଟିକୁ ହସ୍ତାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking