36.1 C
Bhubaneswar
Sunday, May 19, 2024
Homeଓଡିଶାସରକାରଙ୍କ ସ୍କାନରରେ ଘରୋଇ କଲେଜ : ଏଣିକି ସହଜରେ ମିଳିବନି +୩ ସ୍ୱୀକୃତି ପାଇଁ ଅନୁମତି

ସରକାରଙ୍କ ସ୍କାନରରେ ଘରୋଇ କଲେଜ : ଏଣିକି ସହଜରେ ମିଳିବନି +୩ ସ୍ୱୀକୃତି ପାଇଁ ଅନୁମତି

ଭୁବନେଶ୍ୱର: ପ୍ରତିବର୍ଷ ରାଜ୍ୟରେ ବିଭିନ୍ନ କାରଣକୁ ନେଇ ଘରୋଇ କଲେଜ ଚର୍ଚ୍ଚାରେ ରହିଥାନ୍ତି । ପ୍ରଶ୍ନପତ୍ର ଲିକ୍ ଘଟଣା ତଥା ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଘରୋଇ କଲେଜ ଉପରେ ସରକାର କଡ଼ା ନଜର ରଖିଛନ୍ତି । ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ଘରୋଇ କଲେଜରେ +୨ ପାଠ୍ୟକ୍ରମ ସୁବିଧା ଥିବା ବେଳେ ସେଥିରୁ ୮୩ଟି ଘରୋଇ କଲେଜରେ ଉଭୟ +୨ ଓ +୩ ପାଠ୍ୟକ୍ରମ ସୁବିଧା ରହିଛି । ତେବେ କିଛି ଘରୋଇ କଲେଜ ନାଁରେ ଅଭିଯୋଗ ଆସିବା ପରେ ରାଜ୍ୟର ଘରୋଇ କଲେଜ ଉପରେ ପୁଣି କଟକଣା କଡ଼ାକଡ଼ି କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଏଣିକି +୩ ପାଠ୍ୟକ୍ରମ ପାଇଁ ସ୍ୱୀକୃତି ଲାଗି ଆବେଦନ କରୁଥିବା କଲେଜକୁ ସହଜରେ ଅନୁମତି ମିଳିବନି । ରାଜ୍ୟର ପ୍ରାୟ ୬୦ଟି ଘରୋଇ କଲେଜରେ କେବଳ ସ୍ନାତକ ସୁବିଧା ରହିଛି ।

ବିଶେଷକରି ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ଥିବା ବେଳେ କଳା ପାଠ୍ୟକ୍ରମକୁ ଏଠାରୁ ବାଦ୍ ଦିଆଯାଇଛି । ଏହାବ୍ୟତୀତ ଅନେକ ଘରୋଇ କଲେଜରେ +୩ରେ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଘରୋଇ କଲେଜଗୁଡ଼ିକର ଗତ ୫ବର୍ଷର ଏନ୍‌ଓସି ମଧ୍ୟ ଯାଞ୍ଚ ହେବ । ପରିଚାଳନା କମିଟିକୁ କଡ଼ାକଡ଼ି ଭାବେ ତଦାରଖ କରାଯିବ । ଏହି ପରିଚାଳନା କମିଟିର ଅବଧି ସର୍ବାଧିକ ୩ବର୍ଷ ପର୍ଯ୍ୟନ୍ତ ରହିବ । ପରେ ଏହି କମିଟିରେ ପୂର୍ବ ସଦସ୍ୟଙ୍କୁ ସ୍ଥାନ ଦିଆଯିବ ନାହିଁ ।

ଦୀର୍ଘଦିନ ହେବ ଯେଉଁମାନେ ପରିଚାଳନା କମିଟିରେ ରହିଛନ୍ତି ସେ ଦିଗରେ ଯାଞ୍ଚ କରାଯିବ । ତେବେ କେଉଁ କାରଣରୁ ନିର୍ଦ୍ଦିଷ୍ଟ ବ୍ୟକ୍ତି ଦୀଘଦିନ ହେବ ପରିଚାଳନା କମିଟିରେ ରହିଛନ୍ତି ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଏହାବ୍ୟତିତ ଏନ୍‌ଓସିରେ କଲେଜର ମୋଟ୍ ଜମି, କେତେ ଆବଶ୍ୟକ, ମୋଟ୍ ଶ୍ରେଣୀକକ୍ଷ, ଛାତ୍ରଛାତ୍ରୀଙ୍କ ନାମାଙ୍କନ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସଂଖ୍ୟା, ସେମାନଙ୍କ ଅଭିଜ୍ଞତା, ଅଗ୍ନି ନିର୍ବିପାକ ବ୍ୟବସ୍ଥା, ପାନୀୟ ଜଳ, ପାଠାଗାର, କମ୍ପ୍ୟୁଟର କ୍ଲାସ, ପ୍ରାକ୍ଟିକାଲ କକ୍ଷ, ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ ମଧ୍ୟ କରାଯିବ । ଘରୋଇ କଲେଜଗୁଡ଼ିକରେ ପ୍ରିୟାପ୍ରୀତି ଲାଗି ଅନେକ ଗରିବ ମେଧାବୀ ପିଲା ଏବେ ବି ପଢ଼ିବାରୁ ବଞ୍ôଚତ ହେଉଛନ୍ତି ।

ଏହାବ୍ୟତୀତ ରାଜ୍ୟର ପ୍ରମୁଖ ଜୁନିୟର କଲେଜଗୁଡ଼ିକରେ ଏବର୍ଷ +୨ ଲାଗି ସିଟ୍ ବୃଦ୍ଧି କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ସିଟ୍ ବୃଦ୍ଧି କରାଯିବ । ଚଳିତବର୍ଷ ଏହି ଡିଗ୍ରୀ କଲେଜରେ ସିଟ୍ ବୃଦ୍ଧି କରାଯାଇ ନାହିଁ । ଆସନ୍ତାଶିକ୍ଷା ବର୍ଷରୁ ୧୫% ସିଟ୍ ବଢ଼ିବ ବୋଲି ନିଷ୍ପତ୍ତି ହୋଇଛି । ତେଣୁ ଘରୋଇ କଲେଜଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି କୌଣସି ଅନୁକମ୍ପା ସରକାର ଦେବେ ନାହିଁ ବୋଲି ସେ କହିଛନ୍ତି । ଏହାବ୍ୟତୀତ ଯେଉଁ ଘରୋଇ କଲେଜ ବିରୋଧରେ ଅଭିଯୋଗ ମିଳିଥିଲା ସେ ସବୁକୁ ତାଲିକାରେ ରଖାଯାଇଛି । ଏହାବ୍ୟତୀତ ଯେଉଁ ମାନେ ନୂଆ ଡିଗ୍ରୀ କଲେଜ ଲାଗି ଆବେଦନ କରିଛନ୍ତି ସେମାନଙ୍କ ଲାଗି ମାନଦଣ୍ଡକୁ ଗୁରୁତ୍ୱ ଦିଆଯିବ । ମାନଦଣ୍ଡ ନିର୍ଦ୍ଧାରଣରେ ଫେଲ୍ ମାରିଲେ ସ୍ୱୀକୃତି ମିଳିବନି ଏବଂ ଯେଉଁମାନଙ୍କୁ ସ୍ୱିକୃତୀ ମିଳିଛି ସେମାନଙ୍କର ବାତିଲ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking