40.1 C
Bhubaneswar
Thursday, April 25, 2024
Homeଓଡିଶାଜେଲରେ ୮୧୬ କଏଦି ପଜିଟିଭ

ଜେଲରେ ୮୧୬ କଏଦି ପଜିଟିଭ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲରେ ମୋଟ ୮୧୬ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି । ୮୧୬ ଜଣଙ୍କ ମଧ୍ୟରୁ ୪୨୦ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟର ମୋଟ ୮୭ ଜେଲରୁ ୫୪ଟି କରୋନା ମୁକ୍ତ ଥିବା ସୂଚନା ମିଳିଛି । ରାଜ୍ୟର ଜେଲମାନଙ୍କରେ କ୍ଷମତାଠାରୁ ଅଧିକ କଏଦୀ ଥିଲେ ଏବେ ହ୍ରାସ କରାଯିବ । କଏଦୀ ଧାରଣ କ୍ଷମତା ୧୯୮୨୪ । ତେବେ ଥିଲେ ୨୦୧୫୦ ଆଉ ଏବେ ୧୮୫୮୦ । ହାଇପାୱାର କମିଟି ନିଷ୍ପତ୍ତିରେ କଏଦୀଙ୍କୁ ପାରୋଲରେ ପଠାଯାଇ ଭିଡ ହ୍ରାସ କରାଯାଇଛି ।

ସୂଚନାଯୋଗ୍ୟ , ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୬ ହଜାର ୭୩୬  ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଛନ୍ତି ୨୭୭୪ ଜଣ। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲାକ ସମ୍ପର୍କ ବିଭାଗ ।

ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଅନୁଗୁଳରୁ। ଏହି ଜିଲ୍ଲାରୁ ବାହାରିଛନ୍ତି ୭୮୮। ଖୋର୍ଦ୍ଧାରୁ ବାହାରିଛନ୍ତି ୫୩୩ ଜଣ। ସେହିପରି ବାଲେଶ୍ୱରରୁ ୭୧ ଜଣ, ବରଗଡରୁ ୪୦୫ ଜଣ, ଭଦ୍ରକରୁ ୨୦୬ ଜଣ, ବଲାଙ୍ଗିରରୁ ୧୪୪ ଜଣ, ବୌଦ୍ଧରୁ ୨୬୨, କଟକରୁ ୩୬୨, ଦେବଗଡରୁ ୬୪, ଢେଙ୍କାନାଳରୁ ୧୭୮, ଗଜପତିରୁ ୮୦, ଗଞ୍ଜାମରୁ ୧୯୬, ଜଗତ୍‌ସିଂହପୁରରୁ ୧୦୬, ଯାଜପୁରରୁ ୩୭୪, ଝାରସୁଡାରୁ ୧୨୦, କଳାହାଣ୍ଡିରୁ ୨୪୧, କନ୍ଧମାଳରୁ ୮୫, କେନ୍ଦ୍ରାପଡ଼ରୁ ୨୪, କେନ୍ଦୁଝରରୁ ୨୪, କୋରାପୁଟରୁ ୨୧୯, ମାଲକାନିରିରୁ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନପକ୍ଷେ ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୨୮୨, ନୟାଗଡରୁ ୨୦୭, ନୂଆପଡ଼ାରୁ ୪୮, ପୁରୀରୁ ୨୬୫, ରାଗୟଡାରୁ ୧୨୩, ସମ୍ବଲପୁରରୁ ୩୦୯, ସୋନପୁରରୁ ୮୨, ସୁନ୍ଦରଗଡ଼ରୁ ୭୨୦ ଏବଂ ଷ୍ଟେଟପୁଲ୍‌ରୁ  ଚିହ୍ନଟ ହୋଇଛନ୍ତି ୧୦୨ ଜଣ କରୋନା ରୋଗୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking