22.1 C
Bhubaneswar
Wednesday, January 15, 2025
Homeକମନୱେଲଥ ଗେମ୍ସକମନୱେଲଥ ଗେମସର ଆଥଲେଟ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

କମନୱେଲଥ ଗେମସର ଆଥଲେଟ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କମନୱେଲଥ ଗେମ୍ସ ସହ ଜଡିତ ଆଥଲେଟ୍ସଙ୍କ ସଂଗ୍ରାମ, ଆଭିମୁଖ୍ୟ ଏବଂ ନିଷ୍ଠା ଉପରେ ଆଲୋକପାତ କରିଛନ୍ତି । ବର୍ମିଂହାମ ମଲ୍ଟି କ୍ରୀଡା ଇଭେଣ୍ଟରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ କ୍ରୀଡାବିତଙ୍କୁ କହିଥିଲେ । ଏକ ଭର୍ଚୁଆର ଇଣ୍ଟରାକ୍ଟିଭ ସେସନ ରେ ମୋଦୀ କହିଛନ୍ତି , କ୍ୟୁଁ ପଡେ ହୋ ଚକ୍କର ମେ , କୋଇ ନେହିଁ ହେ ତକରାର ମେ । ଅର୍ଥାତ ଦୃଢ ମନୋଭାବ ସହ ଖେଳିବାକୁ ପଡିବ ବୋଲି ମୋଦୀ କହିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଖେଳାଳି ମାନଙ୍କୁ ସେମାନଙ୍କ ସଂଘର୍ଷମୟ ଜୀବନ ବିଷୟରେ ପଚାରି ବୁଝିଥିଲେ । ଆଥଲେଟ ମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପାରା ସୁଟ ପୁଟର ଶର୍ମିଲାଙ୍କୁ ତାଙ୍କର ଖେଳ ର କ୍ୟାରିୟର ବିଷୟରେ ପଚାରିଥିଲେ । ଶର୍ମିଲା କହିଥିଲେ କି , ମୁଁ ପିଲାଦିନରୁ ଖେଳିବାକୁ ଚାହୁଁଥିଲି କିନ୍ତୁ ମୋ ପରିବାର ଗରିବ ଓ ମୋ ମାଆ ଅନ୍ଧ ଥିଲେ । ଆମେ ତିନି ଭଉଣୀ ଏବଂ ଗୋଟିଏ ଭାଇ ।ମୁଁ ଅଳ୍ପ ବୟସରେ ବିବାହ କରିଥିଲି । ମୋର ଦୁଇ ଝିଅ ଅଛନ୍ତି । ଆମ ତିନି ଜଣଙ୍କୁ ଅନେକ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପରେ ମୋର ପିତାମାତା ମୋତେ ଘରକୁ ଫେରାଇ ଆଣିଲେ । ମୋର ଦ୍ୱିତୀୟ ବିବାହ ପରେ ମୋର ଜଣେ ସମ୍ପର୍କୀୟ ମୋତେ କ୍ରୀଡାକୁ ଆସିବାକୁ ସମର୍ଥନ କରିଥିଲେ । ଏହା ପରେ ମୁଁ ନ୍ୟାସନାଲରେ ସ୍ୱର୍ଣ୍ଣ ଜିତିବାରେ ସକ୍ଷମ ହୋଇଥିଲି ।ଶର୍ମିଲାଙ୍କ କାହାଣୀ ଶୁଣିବା ପରେ ମୋଦୀ କହିଛନ୍ତି ଯେ ଶର୍ମିଲା ସମସ୍ତଙ୍କ ପାଇଁ ଆଦର୍ଶ । ପ୍ରଧାନମନ୍ତ୍ରୀ ସମସ୍ତ ଆଥଲେଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନେ ଫେରିବା ପରେ ସେମାନଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking