36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ‘ସ୍ୱାଧୀନତା ଅମୃତ ମହୋତ୍ସବ’ ର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

‘ସ୍ୱାଧୀନତା ଅମୃତ ମହୋତ୍ସବ’ ର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱତନ୍ତ୍ରତା ସଂଗ୍ରାମର ୭୫ ବର୍ଷ ପୂରଣ ଅବସରରେ ମହୋତ୍ସବର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ମହେତ୍ସବର ନାଁ ରଖାଯାଇଛି ‘ସ୍ୱାଧୀନତା ଅମୃତ ମହୋତ୍ସବ’ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦର ସାବରମତୀ ଆଶ୍ରମ ଠାରୁ ଦାଣ୍ଡି ମାର୍ଚ୍ଚ ପାଇଁ ସବୁଜ ପତକା ଦେଖାଇବେ । ଗାନ୍ଧିଜୀ ଯେଉଁ ରାସ୍ତାରୁ ୯୧ ବର୍ଷ ପୁର୍ବରୁ ଦାଣ୍ଡି ମାର୍ଚ୍ଚ ଅରମ୍ଭ କରିଥିଲେ ସେହି ସ୍ଥାନରୁ ହିଁ ଦାଣ୍ଡି ମାର୍ଚ୍ଚ ଆରମ୍ଭ କରାଯିବ । ୧୯୩୦ରେ ଏହି ଦିନରେ ମାହାତ୍ମା ଗାନ୍ଧୀ ଏହି ଯାତ୍ରାର ଆରମ୍ଭ କରିଥିଲେ ଓ ଲବଣ ସତ୍ୟାଗ୍ରହ ଆଇନକୁ ଭଙ୍ଗ କରିଥିଲେ ।

ଗୁରୁବାର କେନ୍ଦ୍ରୀୟ ସଂସ୍କୃତି ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହ୍ଲାଦ ପଟେଲ, ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ‘ସ୍ୱାଧୀନତା ଅମୃତ ମହୋତ୍ସବ’ ଭାରତର ସ୍ୱତନ୍ତ୍ରତାର ୭୫ ବର୍ଷ ପୂରଣ ଅବସରରେ ଶୃଙ୍ଖଳାର ସହିତ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମ ୧୨ ମାର୍ଚ୍ଚଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking