ନୂଆଦିଲ୍ଲୀ : ଚମକୁଛି ଦିଲ୍ଲୀ । ଝଲସି ଯାଉଛି ବିଶ୍ୱବାସୀଙ୍କ ଆଖି । ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ବିଶ୍ୱର ବହୁ ବଡବଡ ନେତା । ସାଜସଜ୍ଜା ଯେମିତି ସୁରକ୍ଷା ବ୍ୟବସ୍ଥା ବି ସେମିତି । ଶନିବାର ଆରମ୍ଭ ହୋଇଛି ଜି ୨୦ ଶିଖର ସମ୍ମିଳନୀ । ବିଶ୍ୱର ୨୦ ଅର୍ଥ ବ୍ୟବସ୍ଥାର ବରିଷ୍ଠ ନେତା ଏକାଠି ବିଶ୍ୱ ସମସ୍ୟାର ମନ୍ଥନ କରିବେ । ଦୁଇ ଦିନିଆ ଏହି ସମ୍ମିଳନୀକୁ ବିଶ୍ୱ ନେତାଙ୍କୁ ସ୍ୱାଗତ କରୁଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦି । ଏହି ଶିଖର ସମ୍ମିଳନୀକୁ ନେଇ ଏକ ବର୍ଷ ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିଲା ପ୍ରସ୍ତୁତି । ଏହି ସମ୍ମିଳନୀରେ ମୁଖ୍ୟ ଏଜେଣ୍ଡା ରହିବ ଜଳବାୟୁ ପରିବର୍ତ୍ତନ, ଋଣ, ଖାଦ୍ୟ ସୁରକ୍ଷା, ସ୍ଥିରତା ଏବଂ ଜିଓପଲିଟଟିକାଲ ଉତ୍ତେଜନା ଉପରେ ଚର୍ଚ୍ଚା । ଏବର୍ଷ ଜି ୨୦ ସମ୍ମିଳନୀର ଥିମ ରଖିଛି ଭାରତ ‘ୱାନ ଅର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର’ । ୮୦ ଦଶକ ପରେ ଏକ ବଡ ସୁଯୋଗ ମିଳିଛି ଯେଉଁଠି ବିଶ୍ୱର ସବୁ ଶକ୍ତିଶାଳୀ ନେତା ଏକାଠି ହୋଇଛନ୍ତି । ଦିଲ୍ଲୀର ଭାରତ ମଣ୍ଡପମରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ହେଲେ ସାରା ଦିଲ୍ଲୀ ଚମକୁଛି । ଏହି ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରାୟ ୩୫ କିଲୋମିଟର ଇଲାକାରେ ଲାଗିଛି ୫ ହଜାର ସିସିଟିଭି । ସ୍ପେଶାଲ କଣ୍ଟ୍ରୋଲ ରୁମ ଏବଂ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ରାଜଧାନୀକୁ ଜଗିଛନ୍ତି । କେ୯ ଡଗ ସ୍କ୍ୱାଡ ଏବଂ ଘୋଡା ସବାର ପୋଲିସ ସହାତୟାରେ ଜି-୨୦ ସମ୍ମିଳନୀ ଉପରେ କଡା ନଜର ରଖିବ । ମାଟିରୁ ଆକାଶ, ଆଲୋକରୁ ପବନ ୩୫ କିମି ମଧ୍ୟରେ ଯେଉଁଠି କିଛି ବି ବିପଦର ଆଶଙ୍କା ରହିଛି ସବୁ ଜାଗାରେ କଡା ସୁରକ୍ଷା ବ୍ୟବସ୍ଥା ।