34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମାର୍ଚ୍ଚ ୧୭ରେ ରୁଷ୍‌ରେ ରାଷ୍ଟ୍ରପତି ନିର୍ବାଚନ

ମାର୍ଚ୍ଚ ୧୭ରେ ରୁଷ୍‌ରେ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ : ଆସନ୍ତାବର୍ଷ ଅର୍ଥାତ୍ ୨୦୨୪ ମାର୍ଚ୍ଚ ୧୭ରେ ରୁଷ୍‌ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସରକାରୀଭାବେ ଘୋଷଣା କରାଯାଇଛି । ଗୁରୁବାର ରୁଷ୍ ପାର୍ଲାମେଣ୍ଟର ଉଚ୍ଚ ସଦନରେ ଏହି ତାରିଖକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି । ଫଳାଫଳ ଘୋଷଣା ପରେ ନବନିର୍ବାଚିତ ରାଷ୍ଟ୍ରପତି ମେ’ରେ ଶନଥଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

୨୦୨୨ ଫେବୃଆରୀ ୨୪ରେ ରୁଷ୍ ପକ୍ଷରୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ୟୁକ୍ରେନର ଯେଉଁ ଅଞ୍ଚଳକୁ ରୁଷ୍ କବ୍‌ଜା କରିଛି, ସେଠାରେ ବସବାସ କରୁଥିବା ଲୋକେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଛି । ରୁଷ୍‌ରେ ୧୧ କୋଟି ପଞ୍ଜିକୃତ ଭୋଟର ଥିବାବେଳେ ସାଧାରଣତଃ ୬୮-୭୦ ପ୍ରତିଶତ ମତଦାନ କରିଥାନ୍ତି । ୧୯୯୯ରୁ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବା ପୁଟିନ୍ ରୁଷ୍‌ର ସବୁଠାରୁ ବେଶୀ ସମୟ ରାଷ୍ଟ୍ରପତି ହେବାର ମାନ୍ୟତାଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking